ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ମୁସଲିମ୍‌ ନେତା ଦେଲେ ୫୧,୦୦୦ ଟଙ୍କା

ଲ‌କ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସିହା ସେଣ୍ଟ୍ରାଲ ୱକଫ୍‌ ବୋର୍ଡ ଅଧ୍ୟକ୍ଷ ୱାସିମ୍‌ ରିଜ୍‌ଭି ୫୧,୦୦୦ ଟଙ୍କା ଦାନ କରିଛନ୍ତି। ରିଭ୍‌ଭି କହିଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବୋର୍ଡ ସମର୍ଥନ କରୁଛି ଏବଂ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସବୁଠାରୁ ଶ୍ରେଷ୍ଠ ପନ୍ଥା ଥିଲା। ଯେବେ ବି ମନ୍ଦିର କାମ ଆରମ୍ଭ ହେବ ସିହା ୱକଫ୍‌ ବୋର୍ଡ ଏଥିରେ ସହଯୋଗ କରିବ। ଅଯୋଧ୍ୟାରେ ରାମ ମନ୍ଦିର କେବଳ ଭାରତରେ ନୁହେଁ ସାରା ବିଶ୍ବରେ ରାମଭକ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର