କୋଝିକୋଡ: କେରଳର କୋଝିକୋଡ଼ ଜିଲ୍ଲାରେ ଆଉ ଏକ ନିପା ଭାଇରସ ମାମଲା ଚିହ୍ନଟ ହୋଇଛି। ଜଣେ ୩୯ ବର୍ଷୀୟ ବ୍ୟକ୍ତି ପଜିଟିଭ୍ ଥିବା ଜଣାପଡ଼ିବାରୁ କେରଳରେ ଏହି ଭୂତାଣୁ ସଂକ୍ରମଣ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କାର୍ଯ୍ୟାଳୟରୁ ଏ ନେଇ ଏକ ବିବୃତି ଜାରି କରାଯାଇଛି। ଚିହ୍ନଟ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଅନ୍ୟ ରୋଗର ଚିକିତ୍ସା ପାଇଁ ସେ ଉକ୍ତ ହସ୍ପିଟାଲକୁ ଯାଇଥିଲେ।

Advertisment

ଏହାପରେ କେରଳରେ ନିପା ଭାଇରସ ସଂକ୍ରମଣ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ପରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୪ରେ ପହଞ୍ଚିଛି। ସଂକ୍ରମିତ ବ୍ୟକ୍ତିମାନଙ୍କ ସଂପର୍କରେ ଆସିଥିବା ଲୋକଙ୍କ ସଂଖ୍ୟା ଶୁକ୍ରବାର ୯୫୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୧୩ ଜଣ ହାଇ ରିସ୍କ ବର୍ଗରେ ଅଛନ୍ତି। ୨୮୭ ଜଣ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ କଣ୍ଟାକ୍ଟ ଲିଷ୍ଟରେ ଅଛନ୍ତି। ହାଇ ରିସ୍କ ବର୍ଗରୁ ୧୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମିତ ଅଞ୍ଚଳରେ କଟକଣା ଜାରି କରାଯାଇଛି। ରୋଗ ନିୟନ୍ତ୍ରଣ ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଶୁକ୍ରବାରର ପ୍ରାର୍ଥନା ସଭାକୁ ବନ୍ଦ ରଖାଯାଇଛି।