ମଧ୍ୟପ୍ରଦେଶ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ: ପ୍ରଫେସରଙ୍କ ନାମରେ ମାମଲା ରୁଜ୍ଜୁ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ନ୍ୟାସନାଲ ଲ ଇନଷ୍ଟିଚ୍ୟୁଟ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ନାମରେ ପୁଲିସ୍‌ ଦୁଇଟି ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କର ଏକ ପ୍ରତିନିଧି ଦଳ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ସେମାନଙ୍କ ପ୍ରଫେସର ସେମାନଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ଅଭିଯୋଗ କରିଥିଲେ।

Image Courtsy: Free Press Journal

 

ଏହି ସମ୍ମାନଜନକ ଜାତୀୟ ଅନୁଷ୍ଠାନର ଛାତ୍ରମାନେ ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଚୌହାନଙ୍କୁ ଭେଟି ଏହି ସଂଗୀନ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ପକ୍ଷରୁ ଏହି ଅଭିଯୋଗର ଅନୁସନ୍ଧାନ ଆରମ୍ଭ ହୋଇଥିଲା ବୋଲି ଶୁକ୍ରବାର ଦିନ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ଏସଂକ୍ରାନ୍ତରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪ ଅଧୀନରେ ଦୁଇଟି ଏଫଆଇଆର ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ପ୍ରଫେସର ତପନ ମହାନ୍ତିଙ୍କ ବିରୋଧରେ ପଞ୍ଜୀକୃତ ହୋଇଛି ବୋଲି ସହକାରୀ ପୁଲିସ କମିଶନର (ମହିଳା ସୁରକ୍ଷା) ନିଧି ସାକ୍ସେନା ଗଣମାଧ୍ୟମକୁ କହିଛନ୍ତି। ତେବେ, ଏ ଘଟଣା ସଂପର୍କରେ ଅଭିଯୁକ୍ତ ପ୍ରଫେସର ତପନ ମହାନ୍ତିଙ୍କ ଠାରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନଥିବା ପୁଲିସ୍‌ ପକ୍ଷରୁ ଜୋରସୋରରେ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର