ବିଶ୍ୱକପ ଜିତିବା ପରେ କାହିଁକି ପିଚ୍‌ର ମାଟି ଚାଟିଥିଲେ, ପ୍ରକାଶ କଲେ ରୋହିତ ଶର୍ମା

କୋଲକାତା: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏଥର ଟି-୨୦ବିଶ୍ୱକପ ଟାଇଟଲ ଜିତିଛି। ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା, ଯାହା ଟିମ୍ ଇଣ୍ଡିଆ ୭ ରନରେ ଜିତିଥିଲା ​।

ଭାରତକୁ ଚାମ୍ପିୟନ କରିବା ପରେ ଅଧିନାୟକ ରୋହିତ ଶର୍ମା ବାରବାଡୋସ ପିଚ୍‌ର ମାଟି ଚାଟି ଥିବାର ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏବେ ରୋହିତ ନିଜେ ଏ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ବିସିସିଆଇ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ରୋହିତ ଶର୍ମା କାହିଁକି ପିଚ୍‌ର ମାଟି ଚାଟିଥିଲେ ତାହା ବ୍ୟାଖ୍ୟା କରିଛନ୍ତି। ରୋହିତ କହିଛନ୍ତି ଯେ ଏଥିରେ ଲୁଚାଇବାକୁ କିଛି ନାହିଁ, ସବୁକିଛି ସମସ୍ତଙ୍କ ଆଗରେ ଅଛି। ମୁଁ କେବଳ ମୁହୂର୍ତ୍ତକୁ ଅନୁଭବ କରୁଥିଲି।

ମୁଁ ଯେତେବେଳେ ପିଚ୍‌କୁ ଗଲି, ଦେଖିଲି ଏହି ପିଚ୍ ଆମକୁ ଟ୍ରଫି ଜିତାଇଛି ୟ। ମୁଁ ମୋ ଜୀବନରେ ଏହି ଭୂମି ଏବଂ ପିଚ୍ କେବେ ବି ଭୁଲି ପାରିବି ନାହିଁ। ତେଣୁ ମୁଁ ପିଚ୍‌ର କିଛି ଅଂଶ ମୋ ସହିତ ରଖିବାକୁ ଚାହୁଁଥିଲି ।

ଆଇସିସି ଟ୍ରଫି ପାଇଁ ଟିମ୍ ଇଣ୍ଡିଆକୁ ୧୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତିନିଟି ଆଇସିସି ଫାଇନାଲରେ ହାରି ଯାଇଥିଲା। ଏହା ପରେ ଟିମ୍ ଇଣ୍ଡିଆ କୋଟି କୋଟି ପ୍ରଶଂସକଙ୍କ ସ୍ୱପ୍ନକୁ ପୂରଣ କରିଛି।

ସମସ୍ତେ ଖୋଲାଖୋଲି ଭାବେ ଟ୍ରଫିର ବିଜୟ ଉତ୍ସବ ପାଳନ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। କୌଣସି ଭାରତୀୟ ପ୍ରଶଂସକ ଏହି ମୁହୂର୍ତ୍ତକୁ ଭୁଲିଯିବାକୁ ଚାହାନ୍ତି ନାହିଁ ।

ସମ୍ବନ୍ଧିତ ଖବର