ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇବା ପାଇଁ ଦିଆଯାଇଥିଲା ଲକ୍ଷାଧିକ ଟଙ୍କାର ସୁପାରି

 ହାଇଦ୍ରାବାଦ: ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ରହିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ସୁନୀଲ ପାଲ ଏବଂ ବିକି ଗୁପ୍ତା ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି କରିବା ପରେ ମୁମ୍ବାଇରୁ ଭୁଜ ଅଭିମୁଖେ ପଳାଇ ଯାଇଥିଲେ । ଏହପରେ ସୁରଟରେ ଯାଇ ମୋବାଇଲ୍ ଫୋନର ସିମ୍ କାର୍ଡ ବଦଳାଇଥିଲେ। ଏହାକୁ ସେମାନେ ଯୋଗାଯୋଗ ପାଇଁ ବ୍ୟବହାର କରୁଥିଲେ। ସନ୍ଦିଗ୍ଧଙ୍କୁ କାବୁ କରିବା ପରେ କ୍ରାଇମବ୍ରାଞ୍ଚ ପୁଲିସ ଦୁହିଁଙ୍କୁ ହରିୟାଣାରୁ ମୁମ୍ବାଇକୁ ଆଣି ଯାଞ୍ଚ ଜାରି ରଖିଛି।

ଯାଞ୍ଚରୁ ଜଣାପଡ଼ିଛି ଉଭୟ ସାଗର ପାଲ ଏବଂ ତାର ସହଯୋଗୀ ବିକି ଗୁପ୍ତାଙ୍କୁ ସଲମାନଙ୍କ ଘର ଉପରକୁ ଗୁଳି କରିବା ପାଇଁ ୪ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା। ଗୁଳିକାଣ୍ଡ ପୂର୍ବରୁ ଦୁହିଁଙ୍କୁ ୧ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ କାମ ଶେଷ ହେଲେ ଅବିଶିଷ୍ଟ ଟଙ୍କା ମିଳିବ ବୋଲି ସାଗର ଓ ବିକିକୁ ପ୍ରତିଶ୍ରୃତି ଦିଆଯାଇଥିଲା।

ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି, ”ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ ଫାର୍ମହାଉସ ଉପରେ ନଜର ରଖିଥିଲେ । ତାଙ୍କର ଉଦ୍ଦେଶ୍ୟ କେବଳ ସଲମାନଙ୍କୁ ଭୟଭୀତ କରିବା ଥିଲା, ହତ୍ୟା କରିବା ନୁହେଁ ।

ଅନ୍ୟପଟେ ଏହି ଘଟଣା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଛି । ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା ।

ସମ୍ବନ୍ଧିତ ଖବର