ଜେଲରେ କେଜ୍ରିଓ୍ବାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି : ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିଓ୍ଵାଲଙ୍କ ଆବେଦନର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିଛି ଯେ ସେ ମଧୁମେହ ରୋଗରେ ପୀଡ଼ିତ ଏବଂ ଡାକ୍ତରୀ କାରଣରୁ ଜାମିନ ପାଇଁ ଜାଣିଶୁଣି ଘରେ ରନ୍ଧା ଖାଦ୍ୟ ଏବଂ ମିଠା ଖାଉଛନ୍ତି।

ସେପଟେ ଜେଲରେ କେଜ୍ରିଓ୍ବାଲଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଆମ ଆଦମି ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି।

ଆତିଶୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ୩୦ ବର୍ଷ ହେବ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି। ସେ ପ୍ରତିଦିନ ୫୪ ୟୁନିଟ୍ ଇନସୁଲିନ ନେଉଛନ୍ତି । କୋର୍ଟ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଇଡି ଏବଂ ବିଜେପି ସେମାନଙ୍କ ଘରେ ତିଆରି ଖାଦ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି। ଅଦାଲତରେ ଇଡି ମିଠା ଚା’ ଓ ମିଠା ଖାଇବା କଥା କହିଥିଲା, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ଇଡିର ଦ୍ୱିତୀୟ ମିଛ ହେଉଛି ଓଜନ ବଢାଇବା ପାଇଁ କଦଳୀ ଖାଇବା । ମଧୁମେୟ ରୋଗୀଙ୍କୁ ସବୁବେଳେ ଟଫି ଓ କଦଳୀ ସାଙ୍ଗରେ ରଖିବାକୁ କୁହାଯାଏ। କୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟ ଏହା ଲେଖାଯାଇଛି। “

ସମ୍ବନ୍ଧିତ ଖବର