ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ

ଭୁବନେଶ୍ୱର: ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେପି ଛାଡ଼ି ବିଜେଡିରେ ମିଶିଲେ ବରିଷ୍ଠ ନେତା ଅମୀୟ ଦାଶ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଉତ୍ତର ବିଧାୟକ ସୁଶାନ୍ତ ରାଉତ ମେୟର ସୁଲୋଚନା ଦାଶ ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ଅମୀୟ ଦାଶଙ୍କ ନେତୃତ୍ୱରେ ବିଜେପି ଓ କଂଗ୍ରେସ ଶତାଧିକ କର୍ମୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଶୁଭେଚ୍ଛା ଜଣାଇଥିଲେ। ବିଜେପିର ବରିଷ୍ଠ ନେତା ଅମୀୟ ଦାଶଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ପାତ କହିଥିଲେ।। ବିଜେଡି ଶକ୍ତିଶାଳୀ ହେବ। ଆଗାମୀ ଦିନରେ ୩ ନିର୍ବାଚନ ମଣ୍ଡଳୀ ଶକ୍ତି ବଢ଼ିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୃତ୍ତି , ଶାସନ ଓ ଜନ ସେବାରେ ଆକୃଷ୍ଟ ହୋଇ ବିଜେଡିରେ ମିଶିଛନ୍ତି ବୋଲି କହିଥିଲେ। ମୋ ପରିବାର ଏଠି ଅଛନ୍ତି। ଶଙ୍ଖ ଭବନ ଏକାମ୍ର ହୋଇ ଯାଇଛି ବୋଲି ଅଶୋକ ପଣ୍ଡା କହିଛନ୍ତି।

ଅମୀୟ ଦାଶ କହିଛନ୍ତି ଆରଏସ୍‌ଏସ୍‌ରେ ୪୫ବର୍ଷର କାଯ୍ୟକ୍ରମରେ ସାମିଲ ହୋଇଛି।। ରାମ ମନ୍ଦିର ଆନ୍ଦୋଳନରେ ମୁ ନିଜେ ସାମିଲ ହୋଇଥିଲି। ଏବେ ସାଢ଼େ ୪ କୋଟି ଲୋକଙ୍କର ଆସ୍ଥା, ଭରସା ଓ ବିକାଶର ଗ୍ୟାରେଣ୍ଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଯ୍ୟରେ ଅନୁପ୍ରାଣିତ ହୋଇ ମୁ ବିଜେଡିରେ ଯୋଗ ଦେଉଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ବିଚାର ଓ ବିକାଶ ପ୍ରତୀକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ର ପ୍ରକଳ୍ପ କିଭଳି ଶେଷ ହେବ ଆମର ଲକ୍ଷ। ଏକାମ୍ର ଅନେକ କାମ ଶେଷ ସରିଛି। ଯାହା ବି ସମସ୍ୟା ଅଛି। ତାକୁ ଆଗକୁ ନେବା ପାଇଁ ମୁଁ ସାମିଲ ହୋଇଛି। ଲିଙ୍ଗରାଜ ଆଇନକୁ ନେଇ ମୁ କହିଥିଲି ପାର୍ଟି ସାଙ୍ଗରେ ନୁହେଁ ମାଟି ସାଙ୍ଗରେ ଅଛି। ଏ ଅବସରରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜକୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଅମୀୟ ଦାଶ।

ସମ୍ବନ୍ଧିତ ଖବର