ଫାଶୀରେ ବିଳମ୍ବ ପାଇଁ ଆପ୍‌ ସରକାରକୁ ଦାୟୀ କଲେ ସ୍ମୃତି, ରାଜନୀତି ନକରିବା ପାଇଁ କେଜ୍ରିୱାଲ୍‌ଙ୍କ ଅନୁରୋଧ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦ‌ୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀ ହେବାରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଦିଲ୍ଲୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସ୍ମୃତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୧୮ ଜୁଲାଇରେ ରିଭ୍ୟୁ ପିଟିସନ୍‌ ଖାରଜ ହୋଇଥିଲେ ସୁଦ୍ଧା ଆପ୍‌ ସରକାର ଅଧୀନ‌ରେ ଆସୁଥିବା ଜେଲ୍‌ ବିଭାଗ ପକ୍ଷରୁ କାହିଁକି ଦୋଷୀଙ୍କୁ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇନଥିଲା। । ମାମଲାରେ ଜଣେ ନାବାଳକ ଦୋଷୀକୁ ମୁକ୍ତ କଲାବେଳେ ସରକାର କାହିଁକି ତାକୁ ୧୦,୦୦୦ ଟଙ୍କା ଏବଂ ସିଲାଇ କିଟ୍‌ ଦେଇଥିଲେ ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ରିଭ୍ୟୁ ପିଟିସନ୍‌ ଖାରଜ ହେବାପରେ ମଧ୍ୟ ସରକାର ଜାଣିଶୁଣି ତତ୍ପରତା ଦେଖାଇ ନଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି ନିର୍ଭୟା ମାମଲାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର