ପୃଥିବୀକୁ କେବେ ଫେରିବେ ସୁନୀତା ଓ୍ବିଲିୟମ୍ସ ? ବଢିଲା ଅନିଶ୍ଚିତତା

ୱାଶିଂଟନ: ଆମେରିକାରୁ ସ୍ୱତନ୍ତ୍ର ମିସନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଯାଇଥିବା ମହାକାଶଚାରୀଙ୍କ ଏକ ଟିମ୍ ମହାକାଶ ଯାନରେ ତ୍ରୁଟି ଯୋଗୁଁ ସେଠାରେ ଅଟକି ରହିଛନ୍ତି। ଅଟକିଥିବା ମହାକାଶଚାରୀମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଷ୍ଟାରଲାଇନର କ୍ୟାପସୁଲ ବିଫଳ ହେବା ପରେ ସୁନିତା ୱିଲିୟମ୍ସଙ୍କ ଫେରିବାର କେତେ ଆଶା ରହିଛି ତାହାକୁ ନେଇ ନାସା ଏକ ବଡ ବୟାନ ଦେଇଛି । ନାସା କହିଛି ଯେ ଏହାର ଦୁଇ ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଅଧିକ ସମୟ ରହିବେ । ଏହି ସମୟରେ ସେମାନେ ବୋଇଂର ନୂତନ ମହାକାଶ କ୍ୟାପସୁଲରେ ଦେଖାଦେଇଥିବା ଯାନ୍ତ୍ରିକ ତ୍ରୁଟିର ସମାଧାନ କରିବେ।

ଇତି ମଧ୍ୟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ନିକଟରେ ଆଉ ଏକ ଘଟଣା ଘଟିଛି ଯାହାକି ସ୍ଥିତିକୁ ଆଉ ଟିକିଏ ଜଟିଳ କରିଦେଇଛି । ପୃଥିବୀ ଚାରିପଟେ ବୁଲୁଥିବା ରୁଷର ଏକ ପୁରୁଣା ମହାକାଶ ଯାନରେ ବିସ୍ଫୋରଣ ହୋଇଛି ଓ ତାହା ଖଣ୍ଡ ଖଣ୍ଡ ହୋଇ ମହାକାଶରେ ଆବର୍ଜନା ସୃଷ୍ଟି କରିଛି । ଏପରି କ୍ଷେତ୍ରରେ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହୋଇପାରେ । ଏପରିକି ପୃଥିବୀପୃଷ୍ଠରୁ ମହାକାଶକୁ ଯିବାକୁ ଥିବା ମିସନଗୁଡ଼ିକ ବି ଏହି କାରଣରୁ ବିଳମ୍ବିତ ହୋଇପାରେ । ଏହି ଆବର୍ଜନା ଗୁଡ଼ିକ ଅପସାରିତ ହେବାକୁ କିଛି ସପ୍ତାହ ଏପରିକି କିଛି ମାସ ଲାଗିପାରେ । ସେପର୍ଯ୍ୟନ୍ତ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇପାରେ ।

 

ସମ୍ବନ୍ଧିତ ଖବର