ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଶୁଭମନ ଅଧିନାୟକ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଜିମ୍ବାୱେ ଗସ୍ତ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଶୁଭମନ ଗିଲ୍ ଏହି ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ଭାରତ ଓ ଜିମ୍ବାୱେ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୬ତାରିଖରେ ହରାରେରେ ଖେଳାଯିବ। ରିଆନ ପରାଗ, ଅଭିଷେକ ଶର୍ମା, ନୀତୀଶ କୁମାର ଓ ତୁଷାର ଦେଶପାଣ୍ଡେପ୍ରଥମ ଥର ପାଇଁ ଦଳରେ ସୁଯୋଗ ପାଇଛନ୍ତି। ଆଇପିଏଲ୍ ୨୦୨୪ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଖେଳାଳିମାନଙ୍କୁ ବିସିସିଆଇ ପୁରସ୍କୃତ କରିଛି।

ଦ୍ରୁତ ବୋଲର ମୁକେଶ କୁମାର ଜିମ୍ବାୱେ ଗସ୍ତ ପାଇଁ ଚୟନ ହୋଇଥିବା ଭାରତୀୟ ଦଳର ସବୁଠାରୁ ବୟସ୍କ ଖେଳାଳି। ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଇକୱାଡ, ରିଙ୍କୁ ସିଂହ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ ଏବଂ ଅଧିନାୟକ ଶୁଭମନ ଗିଲ ଓ ଧ୍ରୁବ ଜୁରେଲ ଏହି ଦଳରେ ଅଛନ୍ତି। ଜୁରେଲ ବର୍ଷ ଆରମ୍ଭରେ ଟେଷ୍ଟ ପଦାର୍ପଣ କରିଥିଲେ।

ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), ନୀତିଶ ରେଡ୍ଡୀ, ରିଆନ୍ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ଆବେଶ ଖାନ୍, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ।

ସମ୍ବନ୍ଧିତ ଖବର