ନିୟମ ଲାଗୁ ପୂର୍ବରୁ ମତାମତ ନିଆଯିବ’, ସରକାରଙ୍କ ପ୍ରତିଶ୍ରୁତି ପରେ ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଟ୍ରକ ଚାଳକଙ୍କ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ହିଟ୍ ଏଣ୍ଡ ରନ୍ ନିୟମ ଏବେ ଲାଗୁ ହୋଇନାହିଁ ଓ ଲାଗୁ ହେବା ପୂର୍ବରୁ ଚାଳକ ୟୁନିୟନମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ପ୍ରତ୍ୟାହାର କରିବାକୁ ଟ୍ରକ ଚାଳକମାନେ ରାଜି ହୋଇଥିବା ଖବର ହସ୍ତଗତ ହୋଇଛି ।

ମଙ୍ଗଳବାର ସଂଧ୍ୟାରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଓ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) ସହ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଭଲ୍ଲା କହିଥିଲେ ଯେ ନୂଆ ଆଇନ ( ଭାରତୀୟ ନ୍ୟାୟ ସଂହିତାର ନିୟମ ୧୦୬/୨) ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ଏଣୁ ସେଥିରେ ଥିବା ୧୦ ବର୍ଷ ଜେଲ ଦଣ୍ଡ ଓ ଜରିମାନା ବ୍ୟବସ୍ଥା ବର୍ତ୍ତମାନ କାର୍ଯ୍ୟକାରୀ ହେବ ନାହିଁ ଓ ଲାଗୁ ହେବା ସବୁ ପକ୍ଷଙ୍କ ସହ ପୂର୍ବରୁ ବିଚାର ବିମର୍ଷ କରାଯିବ ବୋଲି ସେ କହିଛନ୍ତି।

ସରକାରଙ୍କ ଏହି ଆଶ୍ବାସନା ପରେ ଟ୍ରାନ୍ସପୋର୍ଟ କଂଗ୍ରେସ ଧର୍ମଘଟ ପ୍ରତ୍ୟାହାର କରାଯିବ ବୋଲି କହିଛି। ଟ୍ରକ ଆରୋହୀଙ୍କୁ କାମକୁ ଫେରିବାକୁ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ନିବେଦନ କରାଯାଇଛି । ଏହା ପରେ ସାରା ଦେଶରେ ମାଲ ପରିବହନ ସ୍ବାଭାବିକ ହେବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର