ଝଡ଼ବତାସ ସମୟରେ କୃଷ୍ଣସାଗରରେ ନିଖୋଜ ହୋଇଗଲା ୧୨ଜଣ ନାବିକ ଥିବା ପଣ୍ୟବାହୀ ଜାହାଜ

ଇସ୍ତାନ୍‌ବୁଲ୍‌: ରବିବାର ଦିନ ଝଡ଼ବତାସ ବ‌େଳେ ତୁର୍କୀର କୃଷ୍ଣସାଗର ଉପକୂଳରୁ ୧୨ଜଣ କର୍ମଚାରୀ ଥିବା ତା’ର ଏକ ପଣ୍ୟବାହୀ ଜାହାଜ ନିଖୋଜ ହୋଇଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସେବେଠାରୁ ଉକ୍ତ ଜାହାଜ କିମ୍ବା ତା’ର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରାଯାଇ ପାରୁ ନ ଥିବା କଥା ମଧ୍ୟ ସେମାନେ କହିଛନ୍ତି।

ପ୍ରଦେଶିକ ଗଭର୍ଣ୍ଣର୍‌ଙ୍କ କାର୍ଯ୍ୟାଳୟ କହିଛି, ତୁର୍କୀର ପତାକା ଲାଗିଥିବା ‘କାଫ୍‌କାମେଟ୍‌ଲର୍‌’ ଜାହାଜର କ୍ୟାପ୍‌ଟେନ୍‌ ରିପୋର୍ଟ କରିଥିଲେ ଯେ, ସକାଳେ ତାଙ୍କ ଜାହାଜ ତୁର୍କୀର ଜୋଙ୍ଗୁଲ୍‌ଡାକ୍‌ ପ୍ରଦେଶର ଉତ୍ତରପଶ୍ଚିମ ପ୍ରାନ୍ତ ଅନ୍ତର୍ଗତ ଏରେଗ୍‌ଲି ଜେଟିଠାରୁ କିଛି ଦୂରରେ ଟଳମଳ ହୋଇ ଭାସୁଥିଲା।

Turkish Ship With 12 Onboard Missing In Black Sea
Image Courtesy of NDTV

ରବିବାର ଦିନ ଏହି ଅଞ୍ଚଳରେ ଭୀଷଣ ଝଡ଼ବତାସ ହୋଇଥିଲା। ପ୍ରତିକୂଳ ପାଗ ଯୋଗୁଁ ବିମାନ ଓ ଅନ୍ୟ ଜାହାଜ ସବୁ ନିଖୋଜ ଜାହାଜକୁ ତଲାସ କରିବା ପାଇଁ ଯାଇ ପାରୁ ନାହାନ୍ତି।

Image Courtesy of The Economic Times

ଗଭର୍ଣ୍ଣର୍‌ଙ୍କ କାର୍ଯ୍ୟାଳୟସୂତ୍ରରୁ ପ୍ରକାଶ ଯେ, ସେ ଅଞ୍ଚଳରେ ମୁତୟନ ହୋଇଛନ୍ତି ତଲାସ ଓ ଉଦ୍ଧାରକାରୀ ଟିମ୍‌ ଉଦ୍ଧାର ଅଭିଯାନ ପାଇଁ ପ୍ରସ୍ତୁତ ହୋଇ ବସିଛନ୍ତି। ପାଗ ଅନୁକୂଳ ହେଲେ ସେମାନେ ଅଭିଯାନ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର