ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣକୁ ବିରୋଧ କରୁଛି : ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡୁ ସରକାରରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆମ ନେତାମାନେ କହିଥିଲେ, ଧର୍ମ ଓ ରାଜନୀତିକୁ ମିଶାନ୍ତୁ ନାହିଁ। ଆମେ କୌଣସି ମନ୍ଦିର ନିର୍ମାଣକୁ ବିରୋଧ କରୁନାହୁଁ କିନ୍ତୁ ଯେଉଁ ସ୍ଥାନରେ ମସଜିଦ୍ ଭଙ୍ଗାଯାଇଥିଲା ସେହି ସ୍ଥାନରେ ମନ୍ଦିର ନିର୍ମାଣକୁ ଆମେ ସମର୍ଥନ କରୁନାହୁଁ ।

ଉଦୟନିଧି ନିଜର ହିନ୍ଦୁ ବିରୋଧୀ ବୟାନ ପାଇଁ ଜଣାଶୁଣା । ପୂର୍ବରୁ ମଧ୍ୟ ସେ ଅନେକ ଥର ହିନ୍ଦୁ ଧର୍ମ ବିରୋଧୀ ବୟାନ ଦେଇଥିଲେ । କିଛି ମାସ ତଳେ ସେ କହିଥିଲେ ଯେ ହିନ୍ଦୁ ଧର୍ମ ଏକ ମ୍ୟାଲେରିଆ ସଦୃଶ । ଏହାର ନିର୍ମୂଳନ କରାଯିବା ଉଚିତ । ତାଙ୍କର ଏହି ବୟାନକୁ ଆଂଶିକ ଭାବେ ସମର୍ଥନ କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପୁଅ ପ୍ରୟଙ୍କ ଖଡଗେ । ଏହାକୁ ନେଇ ବଡ଼ ବିବାଦ ଦେଖାଯିବା ପରେ କଂଗ୍ରେସ ଏଥିରୁ ନିଜକୁ ଦୂରେଇ ରଖିଥିଲା ।

ସୂଚନାଯୋଗ୍ୟ ଯେ ଆସନ୍ତା ୨୨ ତାରିଖ ସୋମବାର ଦିନ ନବନିର୍ମିତ ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହିଦିନ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି ।

 

ସମ୍ବନ୍ଧିତ ଖବର