ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୧୪ ରନ୍

ନ୍ୟୁୟର୍କ: ଟି-୨୦ ବିଶ୍ବକପ୍‌ର ୨୧ତମ ମ୍ୟାଚ୍‌ରେ ଗ୍ରୁପ୍ ଡିରେ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାଣ୍ଟୋଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ୬ ୱିକେଟ ହରାଇ ୧୧୩ ରନ୍ କରିଛି। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୧୪ ରନ୍ ରହିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୧୮ ରନ୍ କରିଥିବାବେଳେ ରେଜା ହେଣ୍ଡ୍ରିକ୍ସ ଶୂନ, ଆଡେନ ମାର୍କ୍ରାମ ୪ ରନ୍ କରିଥିଲେ। ସେହିପରି ତ୍ରିଷ୍ଟାନ୍ ଷ୍ଟବ୍ସ୍ ଶୂନ, ହେନରିଚ କ୍ଲାସେନ୍ ୪୬ ରନ୍, ଡେଭିଡ ମିଲର ୨୯ ରନ୍ କରିଥିଲେ। ସେହିପରି ମା‌ର୍କୋ ଜାନସେନ ୫ ରନ୍ ଏବଂ କେଶବ ମହାରାଜ ୪ ରନ୍ କରିଥିଲେ।

ସମ୍ବନ୍ଧିତ ଖବର