କଟକ: ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା, ପ୍ରତିବାଦରେ ରାସ୍ତାରୋକ

କଟକ: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁଷି ହତ୍ୟା କରାଯାଇଛି ।ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ଗୋପାଳପୁର ଠାରେ ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ମୃତ ଯୁବକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଏହି ଆନ୍ଦୋଳନ ଚାଲିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଗ୍ରାମର ବିଘ୍ନେଶ୍ୱର ଭୋଇ( ୩୦ ବର୍ଷ) ଓରଫ କାନ୍ଦୁରା ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ, ତାଙ୍କୁ ଦୁଇ ଜଣ ଯୁବକ ଆସି ଡାକିଥିଲେ। ଶ୍ରୀ ଭୋଇ ଘର ବାହାରକୁ ଆସିବା ପରେ ଅଭିଯୁକ୍ତମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଶ୍ରୀ ଭୋଇଙ୍କ ପେଟ, ମୁଣ୍ଡ, ଛାତି ଓ ଅନ୍ୟାନ୍ୟ ସ୍ଥାନରେ ଛୁରି ଭୁଷି ହତ୍ୟା କରି ଥିଲେ। ପରେ ମୃତଦେହକୁ ସେଠାରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡର କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ବ୍ୟବସାୟିକ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର