ମା ଆସୁଛନ୍ତି: ବଢ଼େଇବାଙ୍କ ଛକରେ ମା’ଙ୍କୁ ବଢ଼ାଯିବ ଲିଙ୍ଗରାଜଙ୍କ ଅବଢ଼ା

ବଡ଼ୁ ସାହି ଦୁର୍ଗାପୂଜା ସମିତି

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକଠାରେ ହେଉଥିବା ବଡ଼ୁ ନିଯୋଗର ଦୁର୍ଗାପୂଜା ସ୍ବତନ୍ତ୍ର ଓ ନିଆରା। ଏଠାରେ ବଡ଼ ତୋରଣ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳେ ନାହିଁ। କିନ୍ତୁ ଏଠାରେ ପାରମ୍ପରିକ ରୀତିରେ ମା’ ଦୁର୍ଗାଙ୍କ ପୂଜାକୁ ଗୁରୁତ୍ବ ଦିଆଯାଏ। ସପ୍ତମୀ ତିଥିରୁ ୩ଦିନ ଚଣ୍ଡିପାଠ ହେବା ସହ ଦଶମୀ ପର୍ଯ୍ୟନ୍ତ ୧୦୦୮ ଆହୁତି ଦିଆଯାଏ। ଶ୍ରୀଲିଙ୍ଗରାଜ ମନ୍ଦିରରୁ ମହାପ୍ରସାଦ ଅଣାଯାଇ ମା’ଙ୍କ ପାଖରେ ସମର୍ପଣ କରାଯାଏ। ସମସ୍ତ ଦେବଦେବୀଙ୍କ ମସ୍ତକ ଚାନ୍ଦି ମୁକୁଟରେ ଝଟକିବ। ବିଶେଷକରି ଆଲୋକ ସଜ୍ଜା, ଭସାଣିକୁ ଗୁରୁତ୍ବ ଦିଆଯାଏ। ସପ୍ତମୀରେ କୁମାରୀ ପୂଜା ଓ ଅଷ୍ଟମୀରେ ବହୁ ଶ୍ରଦ୍ଧାଳୁ ଏଠାରେ ଅଖଣ୍ଡ ଦୀପ ଜାଳିବା ପରମ୍ପରା ରହିଛି।

ଭସାଣିରେ ଭାଙ୍ଗଡ଼ା ନୃତ୍ୟ
ଆମ କମିଟି ଭସାଣି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ଶୋଭାଯାତ୍ରାରେ ରଘୁରାଜପୁରର ଘୋଡ଼ା ନାଚ, ଭାଙ୍ଗଡ଼ା ନୃତ୍ୟ, ବ୍ୟାଣ୍ଡ୍ ପାର୍ଟି, କ୍ୟାସିଓ ସମ୍ବଲପୁରୀ ଓ ପାରମ୍ପରିକ ଘଣ୍ଟ ବାଦ୍ୟର ସମାହାର ଦେଖିବାକୁ ମିଳିବ।
ଅଞ୍ଚଳ ବଟୁ, ସଭାପତି

ବଜେଟ୍‌ ୧୦ ଲକ୍ଷ
ଚଳିତ ବର୍ଷ ୧୦ ଲକ୍ଷ ଟଙ୍କାର ବଜେଟ୍‌ ରହିଥିବା ବେଳେ ୩ ଲକ୍ଷ ଟଙ୍କା ବିସର୍ଜନ ଶୋଭାଯାତ୍ରା, ୨ ଲକ୍ଷ ମୂର୍ତି ତିଆରି ଓ ଅବଶିଷ୍ଟ ସାଜସଜ୍ଜା ଓ ପ୍ରସାଦ ବଣ୍ଟନ ଆଦି ପାଇଁ ରହିଛି।
କମଳାକାନ୍ତ ବଡ଼ୁ, ସମ୍ପାଦକ

ସମ୍ବନ୍ଧିତ ଖବର