ଏମ୍‌ସ ଡାକ୍ତରୀ ଛାତ୍ର ନିଖୋଜ ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ମାଓବାଦୀଙ୍କ ନାମରେ ପୋଷ୍ଟର

ଭୁବନେଶ୍ୱର: ଏମସ୍‌ ଭୁବନେଶ୍ୱରର ଡାକ୍ତରୀ ଛାତ୍ର ସୋହେଲ ଇସାକ ନିଖୋଜ ମାମଲା ନେଇ ଏବେ ଏକ ଭିନ୍ନ ବିବାଦ ଦେଖାଦେଇଛି। ସୋହେଲ କୌଣସି ମୌଳବାଦୀ ସଙ୍ଗଠନ ସହିତ ଜଡିତ ଥିବା ନେଇ ପୁଲିସ ସନ୍ଦେହ ପ୍ରକଟ କରି ତଦନ୍ତ ଚଳାଇଥିବା ବେଳେ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସିପିଆଇ ( ମାଓବାଦୀ) ନାମରେ ଏକ ପୋଷ୍ଟର ମରାଯାଇଛି। ଏଥିରେ ସୋହେଲଙ୍କୁ ଅପହରଣ କରାଯାଇଥିବା ବେଳେ ଆଗାମୀ ୭ ଦିନ ମଧ୍ୟରେ ସବ୍ୟସାଚୀ ପଣ୍ଡାଙ୍କୁ ମୁକ୍ତ କରା ନ ଗଲେ ସୋହେଲଙ୍କୁ ହତ୍ୟା କରାଯିବ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ଆଗାମୀ ୧୧ ତାରିଖ ଦିନ ପୁଲିସ ଷ୍ଟେସନ ସହିତ ଭୁବନେଶ୍ୱର ଷ୍ଟେସନରେ ବିସ୍ଫୋରଣ କରାଯିବ ବୋଲି ଏହି ପୋଷ୍ଟରରେ ଧମକ ଦିଆଯାଇଛି।

ସମ୍ବନ୍ଧିତ ଖବର