ଲୁଟେରା ଗିରଫ, ୨ ମୋବାଇଲ୍‌, ୩ ସ୍ମାର୍ଟ ୱାଚ୍ ଜବତ

ଭୁବନେଶ୍ବର: ଲୁଟପାଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳର ଦୁଷ୍ମନ୍ତ ସୁବୁଦ୍ଧି(୩୧)କୁ ଗିରଫ କରିଛି। ପୁଲିସ ତା’ଠାରୁ ‌ଦୁଇଟି ମୋବାଇଲ୍‌ ଓ ୩ଟି ସ୍ମାର୍ଟ ୱାଚ୍‌ ଜବତ କରିଛି। ସୂଚନା ମୁତାବକ, ରବିବାର ଦିନ ପାଖାପାଖି ୧୦ଟା‌ରେ ଦୁଷ୍ମନ୍ତ ଚୋରା ମୋବାଇଲ୍‌ ବିକ୍ରି ପାଇଁ ଖାରବେଳନଗରସ୍ଥିତ ଏକ ଦୋକାନକୁ ଆସିଥିବା ପୁଲିସ ଖବର ପାଇଥିଲା। ତୁରନ୍ତ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା।

ପୁଲିସକୁ ଦେଖି ସେ ଫେରାର୍‌ ଉଦ୍ୟମ କରିଥିଲେ ହେଁ ଖସି ପାରିନଥିଲା। ପୁଲିସ ତାକୁ କାବୁ କରିବା ସହ ତା’ଠାରୁ ଦୁଇଟି ମୋବାଇଲ୍‌ ଓ ୩ଟି ସ୍ମାର୍ଟ ୱାଚ୍‌ ଜବତ କରିଥିଲା। ମୋବାଇଲ୍‌ ଓ ଘଣ୍ଟା ନେଇ ପଚରାଉଚରା କରିଥିବା ବେଳେ ସେ କ‌ୌଣସି କାଗଜପତ୍ର ଦେଖାଇପାରି ନଥିଲା। ଆଉ ସେଗୁଡ଼ିକୁ ଚୋରି କରିଥିବା ମାନିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି। ତା’ ନାଁରେ ସହିଦନଗର, ଚନ୍ଦକା, ଚନ୍ଦ୍ରଶେଖରପୁର ଏବଂ କ୍ୟାପିଟାଲ୍‌ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର