ଭୁବନେଶ୍ୱର: ପଟିଆ ବିଗ୍‌ବଜାର ନିକଟ ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ, ୭ଟି ଦୋକାନ ଭସ୍ମୀଭୂତ

ଭୁବନେଶ୍ୱର: ଇନ୍‌ଫୋସିସ୍‌ ଥାନା ଅଧିନ ପଟିଆ ବିଗବଜାର ନିକଟରେ ଥିବା ଭେଣ୍ଡିଂ ଜୋନ୍‌ରେ ଶନିବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ଏଥିରେ ୭ଟି ଦୋକାନ ସଂମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ସୂଚନା ମିଳିଛି। ନିଅାଁ ଲାଗିବା ପରେ ସେଠାରେ ଥିବା ବ୍ୟବସାୟୀମାନେ ଦମକଳ ବାହିନୀ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ମାତ୍ର ଚନ୍ଦ୍ରଶେଖରପୁରସ୍ଥିତ ଦମକଳ ବାହିନୀର ୨୫ ଜଣ ଆଗ୍ନିକ ୪ଟି ଗାଡ଼ି ନେଇ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଦୋକାନ ଭିତରେ ଥିବା ଜିନିଷ ପତ୍ର ଗୁଡ଼ିକ ସଂମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନାହିଁ।

ସମ୍ବନ୍ଧିତ ଖବର