ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ୭ରେ

ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦ

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ନାବାଳିକଙ୍କ ପ୍ରତି ନିର୍ଯାତନା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ରାଜ୍ୟ ସରକାର ଓ ପୁଲିସ୍‌ ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏହି ପ୍ରସଙ୍ଗରେ ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆସନ୍ତା ୭ ତାରିଖରେ ରାଜଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଜି ମହିଳା ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ବୈଠକରେ ମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିୟତି ଗିରି, ପିଙ୍କି ପ୍ରଧାନ, ସାଧାରଣ ସମ୍ପାଦକ ପ୍ରତିଭା ଶତପଥୀ, ବବିତା ପାତ୍ର, ସମ୍ପାଦିକା ରଶ୍ମି ଦାଶ ଓ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର