ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ଇତିହାସ ସୃଷ୍ଟି କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ଦଳ ୨୮୭ ରନ କରିବା ସହ ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର କରିବାର ନିଜର ରେକର୍ଡକୁ ହିଁ କାଟି ଦେଇଛି । ଚଳିତ ସିଜନରେ ହିଁ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭୭ ରନ କରି ରେକର୍ଡ କରିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରେକର୍ଡ ସ୍କୋର ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୨୮୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ବେଙ୍ଗାଲୁରୁ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳର ବ୍ୟାଟ୍ସମ୍ୟାନମାନେ ଧୂଆଁଧାର ବ୍ୟାଟିଂ କରି ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ । ଦଳ ପକ୍ଷରୁ ଟ୍ରାଭିସ ହେଡ୍ ୧୦୨ ରନ କରିଥିବାବେଳେ ଅଭିଷେକ ଶର୍ମା ୩୨ ରନ କରିଥିଲେ । ସେହିପରି ହେନରିକ କ୍ଲାସେନ ୬୨ ରନ, ଆଇଡେନ ମାର୍କରାମ ୩୨ରନ ଓ ଅବଦୁଲ ସମଦ ୩୭ରନ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଲକି ଫର୍ଗୁସନ ୨ଟି ଓ୍ବିକେଟ ନେଇଥିବାବେଳେ ରିସ୍ ଟପଲି ଗୋଟିଏ ଓ୍ବିକେଟ ନେଇଥିଲେ ।