ଆଇପିଏଲ୍‌ ୧୧: ପଞ୍ଜାବକୁ ୬ ଓ୍ଵିକେଟ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନସ୍‌

ଇନ୍ଦୋର: କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନସ୍‌ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୧୯ ଓଭରରେ ୪ ଓ୍ଵିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ୫୭ ରନ୍‌, ଇଭିନ ଲୁଇସ ୧୦ ରନ୍‌, ଈଷାନ କିଷାନ ୨୫ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ୍‌, ରୋହିତ ଶର୍ମା ଅପରାଜିତ ୨୪ ରନ୍‌ ଓ କୃଣାଳ ପାଣ୍ଡ୍ୟା ୩୧ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ଇନିଂସରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଶୁକ୍ରବାର ମ୍ୟାଚ୍‌ରେ କ୍ରିସ ଗେଲ୍‌ଙ୍କ ଅର୍ଦ୍ଦଶତକ ବଳରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଥିଲା। ଫଳରେ ମୁମ୍ବାଇକୁ ୧୭୫ ରନ୍‌ ଟାର୍ଗେଟ ମିଳିଥିଲା। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଞ୍ଜାବ ବେଟିଂ କରିଥିଲା।

ଲୋକେଶ ରାହୁଲ ୨୪ ରନ୍‌, ଯୁବରାଜ ସିଂହ ୧୪ ରନ୍‌, କରୁଣ ନାୟାର ୨୩ ରନ୍‌, ଅକ୍ଷର ପଟେଲ ୧୩ ରନ୍‌ ସଂଗ୍ରହ କରିଥିଲେ। ପଞ୍ଜାବ ଆରମ୍ଭରୁ ଭଲ ବେଟିଂ କରିଥିଲା। ୫୪ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ସେହିପରି ମୁମ୍ବାଇର ୨ୟ ଶିକାର ହୋଇଥିଲେ କ୍ରିସ ଗେଲ। ସେତେବେଳକୁ ଦଳର ସ୍କୋର ୮୮ ରନ ଥିଲା। ପଞ୍ଜାବ ୧୩୨ ରନ୍‌ରେ କରୁଣ ନାୟାରକୁ ୧୩୫ ରନ୍‌ରେ ଅକ୍ଷର ପଟେଲଙ୍କୁ ହରାଇଥିଲା। ମୁମ୍ବାଇର ମିଚେଲ ମ୍ୟାକଲିଙ୍ଘନ, ଯଶପ୍ରୀତ ବୁମରା, ମୟଙ୍କ ଅଗ୍ରଓ୍ଵାଲ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର