ଫାଇନାଲରେ ବର୍ଷା ସମ୍ଭାବନା, ମ୍ୟାଚ ରଦ୍ଦ ହେଲେ କିଏ ହେବ ଚାମ୍ପିଅନ ?

ବାର୍ବାଡୋସ: ବାର୍ବାଡୋସ୍ ସ୍ଥିତ କେନସିଂଟନ୍ ଓଭାଲ୍ ଷ୍ଟାଡିୟମରେ ଆସନ୍ତା ୨୯ରେ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏବେ ଖବର ସାମ୍ନାକୁ ଆସୁଛି ଯେ ଜୁନ୍ ୨୯ରେ ବାର୍ବାଡୋସରେ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଫାଇନାଲ୍ ମ୍ୟାଚ୍ ଦିନ ବାର୍ବାଡୋସରେ ୭୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ ୨୯ରେ ବର୍ଷା ହେଲେ ଜୁନ୍ ୩୦କୁ ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ଭାବେ ରଖାଯାଇଛି । ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ୨୯ରେ ଫାଇନାଲ ମ୍ୟାଚ୍ ବିଳମ୍ବ ହୁଏ, ତେବେ ସେହିଦିନ ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ ୧୯୦ ମିନିଟ୍ ସମୟ ବ୍ୟବହାର କରାଯିବ। ଉଭୟ ଦଳ ଅତି କମରେ ୧୦-୧୦ ଓଭର ଖେଳିଲେ ହିଁ ମ୍ୟାଚ୍ ର ଫଳାଫଳ ପ୍ରକାଶ ପାଇବ। ଯଦି କୌଣସି ଦଳ ୧୦-୧୦ ଓଭର ଖେଳି ପାରିବେ ନାହିଁ ତେବେ ମ୍ୟାଚ୍ କୁ ରିଜର୍ଭ ଡେ’କୁ ଅର୍ଥାତ ୩୦ ତାରିଖକୁ ସ୍ଥାନାନ୍ତର କରାଯିବ।

ଆଇସିସି ନିୟମ ଅନୁଯାୟୀ, ଫାଇନାଲ ମ୍ୟାଚ୍ କିମ୍ବା ଟାଇ ହେଲେ ସୁପର ଓଭର ଖେଳାଯିବ। ଯଦି ରିଜର୍ଭ ଡେ’ରେ ମଧ୍ୟ କୌଣସି ଦଳ ବିଜେତା ହୋଇପାରିବେ ନାହିଁ ଏବଂ ସୁପର ଓଭର ସମ୍ଭବ ନୁହେଁ, ତେବେ ଫାଇନାଲ ମ୍ୟାଚର ଫଳାଫଳକୁ ‘ନୋ-ରେଜଲ୍ଟ’ କୁହାଯିବ। ସୁପର ଓଭର ନଥିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଯୁଗ୍ମ ବିଜେତା ଘୋଷଣା ହେବେ।

ସମ୍ବନ୍ଧିତ ଖବର