ରୋହିତ ଶର୍ମା ମା’ଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ୍‌: ‘କାନ୍ଧରେ ଝିଅ, ପାଖରେ ଭାଇ, ପଛରେ ପୂରା‌ ଦେଶ’

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ମା’ ପୂର୍ଣ୍ଣିମା ଶର୍ମା ଇନଷ୍ଟାଗ୍ରାମ୍‌ରେ ପ୍ରକାଶ କରିଥିବା ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଟିରେ ରୋହିତ ନିଜ କାନ୍ଧରେ ଝିଅ ସମାଇରାକୁ ଧରିଥିଲା ବେଳେ ପାଖରେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି ରହିଛନ୍ତି। ପଛରେ ବ୍ରିଜଟାଉନ୍ ଷ୍ଟାଡିୟମ୍‌ରେ ଥିବା ବହୁ ଭାରତୀୟ ଦର୍ଶକ ରହିଛନ୍ତି। ଏହା ତଳେ ପୂର୍ଣ୍ଣିମା ଲେଖିଛନ୍ତି ଯେ କାନ୍ଧରେ ଝିଅ, ପାଖରେ ଭାଇ ଓ ପଛରେ ପୂରା ଦେଶ। ପୂର୍ଣ୍ଣିମା, କୋହଲିଙ୍କୁ ରୋହିତଙ୍କ ଭାଇ ବୋଲି କହିବା ପ୍ରଶଂସକଙ୍କ ହୃଦୟକୁ ଅଧିକ ଛୁଇଁଛି।

ସମ୍ବନ୍ଧିତ ଖବର