ସିଲି ପଏଣ୍ଟ୍‌: ଜାହ୍ନବୀଙ୍କ ପିଠିରେ କ୍ରିକେଟ୍ ବଲ୍

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କାପୁର ନିଆରା ଢଙ୍ଗରେ ନିଜ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର୍ ଆଣ୍ଡ୍ ମିସେସ୍ ମାହି’ର ପ୍ରଚାର କରିଛନ୍ତି। ଶୁକ୍ରବାର ଏକ ପ୍ରମୋସନାଲ ଇଭେଣ୍ଟ୍‌ରେ ଯୋଗଦେବା ଅବସରରେ ସେ ପିନ୍ଧିଥିବା ନାଲି ରଙ୍ଗର ପୋଷାକର ପଛ ପଟ ଫିତାରେ ୧୦ରୁ ଅଧିକ ଛୋଟ ‌ଛୋଟ କ୍ରିକେଟ୍ ବଲ୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟିର ନାଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (ମାହି)ଙ୍କ ନାଁ ଅନୁସାରେ ଦିଆଯାଇଥିବାରୁ ଜାହ୍ନବୀ କ୍ରିକେଟ୍ ବଲ୍ ପିନ୍ଧି ଏହାର ପ୍ରଚାର କରିଥିବା ଜଣାପଡ଼ିଛି। ଫଟୋ ପୋଜ୍ ଦେଲା ବେଳେ ସାଥୀ କଳାକାର ତଥା ଏହି ଚଳଚ୍ଚିତ୍ରର ନାୟକ ରାଜକୁମାର ରାଓ ଜାହ୍ନବୀଙ୍କୁ ପଛ କରି ଠିଆ ହେବାକୁ କହିଥିଲେ। ଜାହ୍ନବୀ ମଧ୍ୟ ଖୁସିରେ ନିଜ ପିଠି ପଟେ ଲାଗିଥିବା କ୍ରିକେଟ୍ ବଲ୍‌ଗୁଡ଼ିକୁ ଦେଖାଇଥିଲେ। ତାଙ୍କର ଏଭଳି ପ୍ରଚାର ଅଭିଯାନକୁ ପ୍ରଶଂସକ ବେଶ୍ ଭଲ ପାଉଛନ୍ତି।

ସମ୍ବନ୍ଧିତ ଖବର