ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ପୂଜାରା, ଦିନିକିଆରେ ସଞ୍ଜୁ ସାମସନ୍ ସାମିଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଶୁକ୍ରବାର ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ ବୋଲି ଜଣାପଡ଼ିଛି। ଏହା ସହ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଥିବା ବେଳେ ୧୭ଜଣିଆ ଦିନିିକିଆ ସ୍କ୍ବାଡରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ଆଜିଙ୍କ୍ୟ ରାହାଣେଙ୍କୁ ବଡ଼ ଦାୟିତ୍ବ ଦେଇ ବିସିସିଆଇ ତାଙ୍କୁ ଟେଷ୍ଟ ସିରିଜ୍ ପାଇଁ ଉପ-ଅଧିନାୟକ କରିଛି।

ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ବାଲ ଏବଂ ଋତୁରାଜ ଗାଇକୱାଡ ସ୍ଥାନ ପାଇଛନ୍ତି। ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଯଶସ୍ୱୀଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା। ଏଥି ସହ ଦ୍ରୁତ ବୋଲର ମୁକେଶ କୁମାର ଏବଂ ନବଦୀପ ସୈନିଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ଦଳରେ ଓପନର୍ ଋତୁରାଜ ଗାଇକୱାଡ, ଦ୍ରୁତ ବୋଲର ଜୟଦେବ ଉନାଦକଟ ଏବଂ ମୁକେଶ କୁମାରଙ୍କୁ ମଧ୍ୟ ଚୟନ କରାଯାଇଛି।

ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସ୍ବାଲ, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଈଶାନ କିଶନ (ୱିକେଟ୍ କିପର), ଆର. ଅଶ୍ୱିନ୍, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସୈନି।

ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଈଶାନ କିଶନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର।

ସମ୍ବନ୍ଧିତ ଖବର