ପେଟ ଗୋଳମାଳ ଥିବା ହେତୁ ଥରେ ବିଶ୍ୱ କପ୍‌ ସମୟରେ ଅଣ୍ଡରଓୟାର୍‌ରେ ଟିସୁ ପେପର୍‌ ଦେଇ ଖେଳିଥିଲେ ସଚିନ

ମୁମ୍ବାଇ: କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲକର ନିଜର ଏକ ଲଜ୍ଜାକର ଏବଂ ଅଭୁଲା ସ୍ମୃତି ବିଷୟରେ ପ୍ରକାଶ କରିଛନ୍ତି। ସେ ତାଙ୍କ ଆତ୍ମଜୀବନୀ ଜରିଆରେ ପ୍ରକାଶ କରିଛନ୍ତି ଯେ ଥରେ ସେ ପ୍ରବଳ ଝାଡ଼ା ହେଉଥିବା ହେତୁ ୧୬୦ ମିନିଟ୍‌ ପର୍ଯ୍ୟନ୍ତ ନିଜ ଅଣ୍ଡରଓୟାର୍‌ରେ ଟିସୁ ପେପର୍‌ ଦେଇ ଖେଳିଥିଲେ। ୨୦୦୩ ମସିହା ଆଇସିସି ବିଶ୍ୱ କପ୍‌ ମ୍ୟାଚ୍‌ରେ ସଚିନଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ସମୟରେ ସଚିନ ନିଜର ସାଂଘାତିକ ସମସ୍ୟା ହେତୁ ସେଞ୍ଚୁରି କରିବାକୁ ମାତ୍ର ଆଉ ୩ ରନ୍‌ ବାକି ଥିଲେ ବି ସେ ଆଉଟ୍‌ ହୋଇଯାଇଥିଲେ।

ସେ କହିଛନ୍ତି କି, ‘ପେଟ ପ୍ରବଳ ଗୋଳମାଳ ଲାଗୁଥିବାରୁ ପ୍ରତି ବ୍ରେକ୍‌ରେ ମୁଁ ଡ୍ରେସିଂ ରୁମ୍‌କୁ ପଳାଉଥିଲି। ଏନର୍ଜି ଡ୍ରିଙ୍କ୍‌ରେ ଗୋଟାଏ ଟେବୁଲ୍‌ ଚାମଚ ଲୁଣ ମିଶ୍ରଣ କରି ପିଇଲେ କାଳେ ଭଲ ଲାଗିବ ଭାବି ପିଇଦେଲି। ମାତ୍ର ତାହା ଓଲଟା ପ୍ରଭାବ ଦେଖାଇଲା। ପେଟ ଆହୁରି ଖରାପ ହେବାକୁ ଲାଗିଲା। ପରିସ୍ଥିତି ଏତେ ଖରାପ ହୋଇ ଯାଇଥିଲା ଯେ ମୁଁ ନିଜକୁ ଆୟତ୍ତ କରିବାକୁ ମୋ ଅଣ୍ଡରଓୟାର୍‌ରେ ଟିସୁ ପେପର୍‌ ଦେଇ ଖେଳିଥିଲି।’

ଉଲ୍ଲେଖଯୋଗ୍ୟ, ଉକ୍ତ ଇନିଂସରେ ସଚିନ ୧୬୦ ମିନିଟ୍‌ ଧରି ଖେଳିଥିଲେ। ୧୨୦ ବଲ୍‌ରେ ସେ ୯୭ ରନ୍‌ କରିବାରେ ସମର୍ଥ ହୋଇଥିଲେ। ୧୮୩ ରନ୍‌ରେ ଭାରତ ଉକ୍ତ ମ୍ୟାଚ୍‌ ଜିତିଥିଲା। ସେହି ମ୍ୟାଚ୍‌ରେ ସଚିନ ମ୍ୟାନ୍‌-ଅଫ୍‌-ଦ-ମ୍ୟାଚ୍‌ ଟ୍ରଫି ହାତେଇ ପାରିନଥିଲେ।

ସମ୍ବନ୍ଧିତ ଖବର