ଜାଣନ୍ତୁ କିପରି ଇନ୍ଦ୍ରାସନ ବଦଳରେ ଭୁଲ୍‌ରେ କୁମ୍ଭକର୍ଣ୍ଣ ମାଗି ଦେଇଥିଲେ ନିଦ୍ରାସନ

ଲଙ୍କାର ରାଜା ରାବଣ ଯେପରି ମହାଜ୍ଞାନୀ ତାଙ୍କ ଭାଇ କୁମ୍ଭକର୍ଣ୍ଣଙ୍କର ବି ଜ୍ଞାନର କୌଣସି ସୀମା ନାହିଁ। ତ୍ରିଭୁବନରେ କୁମ୍ଭକର୍ଣ୍ଣ ଜଣେ ଜ୍ଞାନୀ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ଏପରିକି ସ୍ୱର୍ଗର ରାଜା ଇନ୍ଦ୍ର ଦେବ ବି କୁମ୍ଭକର୍ଣ୍ଣଙ୍କୁ ଈର୍ଷା କରନ୍ତି। କୁମ୍ଭକର୍ଣ୍ଣ ବି ଅନେକ ଦିନରୁ ଇନ୍ଦ୍ରଙ୍କ ଆସନ ପାଇବା ପାଇଁ ଆଶାୟୀ ଥିଲେ। ମାତ୍ର ଇନ୍ଦ୍ର ମାଆ ସରସ୍ୱତୀଙ୍କୁ କୁମ୍ଭକର୍ଣ୍ଣଙ୍କୁ ନେଇ ତାଙ୍କ ଭିତରେ ରହିଥିବା ଭୟ ସଂପର୍କରେ ଆଗରୁ କହି ସାରିଥିଲେ।

କୁମ୍ଭକର୍ଣ୍ଣ ନିଜର ଭକ୍ତି ବଳରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ତୁଷ୍ଟ କରାଇ ସାରିଥିଲେ। ବ୍ରହ୍ମା କୁମ୍ଭକର୍ଣ୍ଣଙ୍କୁ ଏକ ବର ମାଗିବା ପାଇଁ ଅଦେଶ ଦେଲେ। କୁମ୍ଭକର୍ଣ୍ଣ ଇନ୍ଦ୍ରାସନ ମାଗିବାକୁ ଯାଉଥିଲେ। ସରସ୍ୱତୀ ତାଙ୍କ ଜିଭଙ୍କୁ ଧରି ଦେଲେ। ଫଳରେ ଇନ୍ଦ୍ରଙ୍କ ପାଟିରୁ ଭୁଲ୍‌ରେ ଇନ୍ଦ୍ରାସନ ବଦଳରେ ନିଦ୍ରାସନ ବାହାରିଗଲା। ସେଇଦିନଠାରୁ କୁମ୍ଭକର୍ଣ୍ଣ ବର୍ଷକୁ ଅଧାଦିନ ଶୋଇ ଶୋଇ କାଟନ୍ତି। ଯେତେବେଳେ ସେ ଉଠନ୍ତି ଅନେକ ଭୋକିଲା ଥିବାରୁ ଯାହା ସାମ୍ନାରେ ପାଆନ୍ତି ଖାଇପକାନ୍ତିି। ଏପରିକି ମଣିଷ ବି ଯଦି ସେହି ସମୟରେ କୁମ୍ଭକର୍ଣ୍ଣଙ୍କ ସାମ୍ନାକୁ ଆସନ୍ତି ସେ ତାଙ୍କୁ ବି ଖାଇପକାନ୍ତି।

ସମ୍ବନ୍ଧିତ ଖବର