ଟିଭି ସାମ୍ବାଦିକଙ୍କୁ ଦଳି ମାରିଲା ହାତୀ, ନଦୀ ପାର୍ ହେଉଥିବା ହାତୀପଲଙ୍କର କରୁଥିଲେ ଭିଡ଼ିଓ

ପାଲକ୍କଡ: କେରଳରେ ଜଣେ ଟିଭି ସାମ୍ବାଦିକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଟିଭି ସାମ୍ବାଦିକ କେରଳର ପାଲକ୍କଡ ଜିଲ୍ଲାରେ ସୁଟିଂ ପାଇଁ ଯାଇଥିଲେ। ସେ ଦେଖିଥିଲେ ଗୋଟିଏ ହାତୀପଲ ନଦୀ ପାର ହୋଇ ଯାଉଛନ୍ତି। ସେ ଭିଡିଓ ତିଆରି କରିବା ସମୟରେ ହଠାତ୍ ଏକ ହାତୀ ଆକ୍ରମଣ କରିଥିଲା। ଏହାପରେ ୩୪ ବର୍ଷ ବୟସ୍କ ସାମ୍ବାଦିକ ଏ.ଭି ମୁକେଶଙ୍କୁ ଚିକିତ୍ସା ପାଇଁ ପାଲକ୍କଡ ଜିଲ୍ଲାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଭି ମୁକେଶ ମାଲାୟାଲମ୍ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲରେ କାମ କରୁଥିଲେ। କୋଟେକ୍କଡ ଅଞ୍ଚଳରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିବା ଜଣାପଡିଛି। ମତୃଭୂମୀ ନ୍ୟୁଜ୍‌ର ପାଲକ୍କଡ୍ ବ୍ୟୁରୋର କ୍ୟାମେରାମ୍ୟାନଙ୍କ ମୃତ୍ୟୁ ପରେ ଲୋକମାନେ ଅଭିଯୋଗ କରିଛନ୍ତି ଯେ ହାତୀମାନେ କ୍ରମାଗତ ଭାବରେ ହଇରାଣ କରୁଛନ୍ତି। ହାତୀଙ୍କୁ ନିୟନ୍ତ୍ରଣ କରିବାକୁ ସେମାନେ ଅନେକ ଥର ଦାବି କରିଛନ୍ତି। କିନ୍ତୁ ସେସବୁକୁ ଶୁଣାଯାଉ ନାହିଁ।

ଯେତେବେଳେ ମୁକେଶଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ତାଙ୍କ ପତ୍ନୀ ତିଶା ମଧ୍ୟ ତାଙ୍କ ସହ ଥିଲେ। କିନ୍ତୁ ମୁକେଶଙ୍କ ଜୀବନ ରକ୍ଷା କରାଯାଇ ପାରି ନଥିଲା। ମୁକେଶ ମୂଳତଃ ମଲାପୁରମ୍ ଜିଲ୍ଲାର ପାରାପାନଙ୍ଗଡିର ବାସିନ୍ଦା। ଏହାପୂର୍ବରୁ ମୁକେଶ ଚ୍ୟାନେଲରେ ଦିଲ୍ଲୀ ବ୍ୟୁରୋ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ।

ତାଙ୍କ ମୃତ୍ୟୁକୁ ନେଇ କେରଳ ଜଙ୍ଗଲ ମନ୍ତ୍ରୀ ଏ.କେ ସେସେନ୍ଦ୍ରନ୍ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ମୁକେଶଙ୍କ ପରିବାର ସହିତ ଅଛନ୍ତି ଏବଂ ସେମାନଙ୍କ ଦୁଖ ସମୟରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ। ଏହି ଘଟଣା ପରେ କେରଳର ସିଏମ୍ ପିନାରାଇ ବିଜୟନ ଏବଂ ବିରୋଧୀଦଳ ନେତା ଭି.ଡି ସାଥେସନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ମନ୍ତ୍ରୀ ଏମ.ବି ରାଜେଶ ଏବଂ ସାଜି ଚେରିୟାନ ଶୋକସନ୍ତପ୍ତ ପରିବାରକୁ ସହାୟତା କରିବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର