ହଠାତ୍ ଟ୍ରକ୍ ୟୁ-ଟର୍ଣ୍ଣ ନେବାରୁ ପିଟି ହେଲା କାର୍, ଚାଲିଗଲା ପରିବାରର ୬ଜଣକ ଜୀବନ

ନୂଆଦିଲ୍ଲୀ: ହଠାତ୍ ଟ୍ରକ୍ ୟୁ-ଟର୍ଣ୍ଣ ନେବାରୁ ପିଟି ହେଲା କାର୍। ଚାଲିଗଲା ପରିବାରର ୬ଜଣକ ଜୀବନ। ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ପରିବାରର ୬ଜଣ ସଦସ୍ୟ ଏକ କାର୍ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକ୍ ହଠାତ୍ ୟୁ-ଟର୍ଣ୍ଣ ନେଇଥିଲା। ଏହା ଫଳରେ କାରଟି ଟ୍ରକ ଦେହରେ ଧକ୍କା ଖାଇଥିଲା। ଦୁର୍ଘଟାଣାରେ ପରେ ୬ଜଣକ ମୃତ୍ୟୁ ହୋଇଥିବା ବ‌େଳେ ଟ୍ରକକୁ ଜବତ କରି ଫେରାର ଥିବା କାର୍ ଚାଳକକୁ ଖୋଜୁଛି ପୁଲିସ। ରବିବାର ଏହି ଦୁର୍ଘଟଣା ଘଟିଥିବା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ବନାସ ନଦୀ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ପରିବାର ୬ଜଣ ସଦସ୍ୟ ସିକାର ଜିଲ୍ଲାରୁ ରଣଥାମ୍ବୋରର ତ୍ରିନେତ୍ର ଗଣେଶ ମନ୍ଦିରକୁ ଯାଉଥିଲେ। ମୃତକମାନେ ହେ‌ଲେ ମନୀଷ ଶର୍ମା, ତାଙ୍କ ପତ୍ନୀ ଅନୀତା ଶର୍ମା, ସତୀଶ ଶର୍ମା, ପୁଣମ୍, ତାଙ୍କ ମାଉସୀ ସନ୍ତୋଶ ଏବଂ ତାଙ୍କ ବନ୍ଧୁ କୈଳାଶ। ଦୁର୍ଘଟଣାରେ ଦୁଇ ଶିଶୁ ମନନ୍ ଏବଂ ଦୀପାଲି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣାର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏବଂ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର