କରଞ୍ଜିଆରୁ ଜୀବନ୍ତ ବଜ୍ରକାପ୍ତା ଓ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଭୁବନେଶ୍ବର/ଠାକୁରମୁଣ୍ଡା/ସାତକୋଶିଆ : ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳ ଅଧୀନ ସାତକୋଶିଆ-ନାଲ୍‌ଦା ରାସ୍ତାର ମହୁଲଦିଆ ନିକଟରୁ ଗୁରୁବାର ଦିନ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ କଲରାପତରିଆ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍। ବଜ୍ରକାପ୍ତାକୁ ଚୋରା ଚାଲାଣ କରାଯାଉଥିବା ଖବର ପାଇ ଏସ୍‌ଟିଏଫ୍ କରଞ୍ଜିଆ ଫରେଷ୍ଟ ଡିଭିଜନ୍‌ରେ ଗତ କିଛି ଦିନ ହେବ ଡେରା ପକାଇଥିଲା। ଆଜି ଚାଲାଣ ହେଉଥିବା ଜାଣିବା ପରେ ମହୁଲଦିଆ ନିକଟରେ ଚଢ଼ଉ କରି ବେପାରୀକୁ ଗିରଫ କରିଥିଲା। ତା’ ନିକଟରୁ ଏସ୍‌ଟିଏଫ୍‌ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ କଲରାପତରିଆ ବାଘ ଛାଲ ଜବତ କରିଥିଲା। ଅଭିଯୁକ୍ତଜଣଙ୍କ ହେଲା, କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ପଦ୍ମପୁର ନୀଳମାଳି ଦେହୁରୀ। ଜବତ ବଜ୍ରକାପ୍ତା ଓ ବାଘ ଛାଲକୁ ଏସ୍‌ଟିଏଫ୍‌ କରଞ୍ଜିଆ ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଏସ୍‌ଟିଏଫ୍ ୨୧ଟି କଲରାପତରିଆ ବାଘଛାଲ ଜବତ କରିଥିବା ବେଳେ ୧୧ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଓ ୪୭ଜଣ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର