ପ୍ରଥମ ଦିନ ୧୫୦୦ ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ। ଦିନେ ଦୁଇ ଦିନ ନୁହେଁ ଗତ ୪ ଦିନ ହେବ ଅଖିଆଅପିଆ ଅସହାୟ ଲୋକେ ରାଜଧାନୀରେ ପଡି ରହି କେବଳ ଅପେକ୍ଷା କରିଥିଲେ, କେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ନିଜ ଦୁଃଖ ଜଣାଇବେ।

ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଲେ, ପ୍ରତିଶ୍ରୁତି ବି ଦେଲେ

ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପାଇଁ ୪ ଦିନ କାଳ ଭୁବନେଶ୍ୱର ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ । ନଖାଇ ନପିଇ ଷ୍ଟେସନରେ ଶୋଇ ରହିଥିଲେ ସୁଦୂର କେନ୍ଦୁଝରରୁ ଆସିଥିବା ଜଣେ ଦିବ୍ୟାଙ୍ଗ। ଏପରିକି ପାଖରେ ପଇସା ନଥିବାରୁ ଅନ୍ୟମାନଙ୍କ ଠାରୁ ଟଙ୍କା ଧାର କରି ଭୁବନେଶ୍ୱରରେ ପହଞ୍ଚିିଥିଲେ ଏହି ଦିବ୍ୟାଙ୍ଗ। ଆଜି ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଆଉ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସମ୍ବନ୍ଧିତ ଖବର