ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ୨ ହାର୍ଡକୋର ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ଆଜି ଦୁଇ ଜଣ ନକ୍ସଲଙ୍କୁ ଗିରଫ କରିଛି ପୁଲିସ। ଏହି ଦୁଇ ହାର୍ଡକୋର ନକ୍ସଲଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଥିଲା। ପୁରସ୍କାର ଘୋଷିତ ଏହି ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋଣ୍ଟା ‌ପୁଲିସ।

ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ବିଭାଗର ସୂଚନା ପାଇ ପୁଲିସ ଚିନ୍ତାକୁଣ୍ଠା ଅଂଚଳରୁ ଏହି ଦୁଇ ହାର୍ଡକୋର ନକ୍ସଲକୁ ଗିରଫ କରିଛି। ଏମାନେ ବହୁ ଅପରାଧିକ କାର୍ଯ୍ୟରେ ସାମିଲ ଥିଲେ। ଏମାନେ ଯବାନଙ୍କ ଉପରେ ହମଲା କରିବା, ଯାନବାହାନକୁ ନିଆଁ ଲଗାଇ ପୋଡିଦେବା, ବୋମା ଖଂଜିବା ଭଳି ବଡ ବଡ ହିଂସାରେ ଏହି ଦୁଇ ନକ୍ସଲ ସାମିଲ ଥିବା ପୁଲିସ କହିଛି। ଗିରଫ ଏହି ଦୁଇ ନକ୍ସଲଙ୍କୁ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର