ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଶିକ୍ଷକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ଚିତ୍ରଡ଼‌ା/ଶୁଳିଆପଦା : ପାଠ ପଢ଼ାଇବା ଆଢୁଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ହଟହଟା ହେବାକୁ ପଡ଼ିଛି। ଆଜି ଅଭିଭାବକ ଓ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରି ଆଇନକୁ ହାତକୁ ନେଇଥିବା ଜଣାପଡ଼ିଛି। ଗତ ୨୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡ଼ିଆ ପଞ୍ଚାୟତ ଅଧୀନ ନୁହାମାଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ନିନ୍ଦନୀୟ ଘଟଣା ଘଟିଛିଏହି ସ୍କୁଲ୍‌ର ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୩ଜଣ ନାବାଳିକା ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଯ୍ୟାୟ କ୍ରମେ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀ ଓ ଅଭିଭାବକମାନେ ଆଜି ପୂର୍ବାହ୍ନରେ ପହଞ୍ଚି ପ୍ରତିବାଦ କରିବା ସହ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଥିଲେ । ପରେ ଅସଦାଚରଣ କରିଥିବା ପ୍ରଧାନଶିକ୍ଷକ ଅନଙ୍ଗ ଦେବ ଟିପିରିଆ ଏକ ବୋଲେରରେ ନିଜ ପତ୍ନୀ ଓ ଦୁଇ ପୁତୁରା ସହ ସ୍କୁଲ ପରିସରରେ ପହଞ୍ଚିବାରୁ ଉତ୍ତେଜିତ ଅବସ୍ଥାରେ ଥିବା ଗ୍ରାମବାସୀ ଅଧିକ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟତ ହୋଇଥି‌ଲେ। ତେବେ ଅନଙ୍ଗ ଦେବ ପରିବାର ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ଦେହ ଖରାପ ଅଛି । ସେ ମେଡିକାଲରେ ଥିଲେ । ସେ ଏବେ ଠିକ୍‌ ଭାବରେ ଚାଲିପାରୁ ନାହାନ୍ତି, ତେଣୁ ତାଙ୍କ ସହ ଆମେ ଆସିଛୁ। ତେବେ ଦୁଇ ପୁତୁରାଙ୍କ ସହ ଗ୍ରାମବାସୀଙ୍କ ସହ କଥା କଟାକଟି ହେବାରୁ ଗ୍ରାମବାସୀ ସେମାନଙ୍କୁ ଠେଲାପେଲା କରିବା ସହ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଲଣ୍ଡା କରି ଦେଇଥିଲେ।

ପରେ ସ୍ଥାନୀୟ ଶୁଳିଆପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ  ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର