ବଡ଼ଦିନ ପାଇଁ ଚଳଚଞ୍ଚଳ ପାରଳା ସହର, ଝଲସୁଛି ପୁରାତନ ବାପ୍‌ଟିଷ୍ଟ ଚର୍ଚ୍ଚ

ପାରଳାଖେମୁଣ୍ତି : ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଠାରୁ ସହର। ବିଶେଷ କରି ଗଜପତି ଜିଲ୍ଲାରେ ୩୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟଧର୍ମର ଲୋକେ ବସବାସ କରୁଥିବା ବେଳେ ଏହା ଜିଲ୍ଲାର ଅନ୍ୟତମ ବଡ଼ପର୍ବ ଭାବେ ପାଳିତ ହେଉଛି। ବଡ଼ଦିନ ନିମନ୍ତେ ଗାଁ ଗହଳରେ ଥିବା ସମସ୍ତ ଚର୍ଚ୍ଚଗୁଡିକୁ ଆଲୋକମାଳାରେ ସଜ୍ଜିତ କରିଛନ୍ତି। ଏହି ଅବସରରେ ଆଜି ସହର ସମସ୍ତ ଲୁଗାଦୋକାନ, ଓ ବଜାର ଗୁଡିକରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଜମି ରହିଥିବା ଦେଖିବାକୁ ମିଳିଛି।

ଗଜପତି ଜିଲ୍ଲା ତଥା ପାରଳା ସହର କଲେଜ ରାସ୍ତାରେ ଥିବା ସେଣ୍ଟନାରୀ ବାପ୍‌ଟିଷ୍ଟ ଚର୍ଚ୍ଚ ମଧ୍ୟ ରଙ୍ଗବେରଙ୍ଗର ଆଲୋକମାଳରେ ସଜ୍ଜିତ ହୋଇଛି। ଏହି ଚର୍ଚ୍ଚଟି ଅତ୍ୟନ୍ତ ପୁରାଣା ଚର୍ଚ୍ଚ ହୋଇଥିବା ବେଳେ ସହରର ସମସ୍ତ ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ଭିଡ଼ ହୋଇଛି। ବଡ଼ଦିନ ପାଳନ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ସଭାପତି ଦାୟିତ୍ବରେ ଥିବା ଡ.ପ୍ରଦୀପ କୁମାରକହିଛନ୍ତି। ୧୮୯୬ ମସିହାରେ ଖ୍ରୀଷ୍ଟିଆନ କମ୍ୟୁନିଟିର କାନାଡିଆନ ବାପଟିଷ୍ଟ ମିସନାରୀ କାକିନାଡା ସୁଷମା ସମାଚାର ସେବା ପ୍ରଦାନ କରୁଥିଲେ। ପରବର୍ତ୍ତୀ ସମୟରେ ୧୯୦୮ ମସିହାରେ ଏଠାରେ ଆରମ୍ଭ ହୋଇଥିଲା ବାପଟିଷ୍ଟ ଚର୍ଚ୍ଚ। ପରବର୍ତ୍ତୀ ସମୟରେ ୧୯୧୦ ମସିହାରେ କାଳୀ ମହାନ୍ତି ଆପ୍ପାନ୍ନା ଏହି ଚର୍ଚ୍ଚର ପ୍ରଥମ ପାଷ୍ଟର ଭାବେ ଦାୟିତ୍ବ ଗ୍ରହଣ କରିବା ସହ ଦୀର୍ଘ ୩୦ ବର୍ଷକାଳ ନିଜର ସେବା ଯୋଗାଇଥିଲେ। ସେହିପରି ପୁରୁଷୋତ୍ତମ ଚୌଧୁରୀ ୧୯୪୦ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେବା ଯୋଗଇ ଅବସର ନେବା ପରେ ଏହି ଚର୍ଚ୍ଚର ରକ୍ଷଣାବେକ୍ଷଣ ଏବ˚ ପରିଚାଳନା ପାଇଁ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ନରେନ୍ଦ୍ର ସୁଆଳସି˚ ପ୍ରଥମ ସଭାପତି ହୋଇଥିବା ବେଳେ ୧୯୯୦ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଏହାର ଦାୟିତ୍ବ ତୁଲାଇଥିଲେ। ଡ.ଏସ୍‌.ଏସ୍‌ ଚୌଧୁରୀ ୨୦୦୧ ମସିହାରୁ ବର୍ତ୍ତମାନ ଏହାର ସଭାପତି ଦାୟିତ୍ବ ତୁଲାଇ ଆସୁଛନ୍ତି। ଏହି ଚର୍ଚ୍ଚର ୯୦ ଜଣ ସ୍ଥାୟୀ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର