ବିବାହର ପ୍ରତିଶ୍ରୁତି ଦେଇ ବର୍ଷେ ପର୍ଯ୍ୟନ୍ତ ମହିଳା ସବ୍‌ ଇନ୍‌ସ୍ପେକ୍ଟରଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ସବଇନସ୍ପେକ୍ଟର

ହରଦା(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ହର୍‌ଦାରେ ଜଣେ ମହିଳା ସବ୍‌ଇନ୍‌ସ୍ପେକ୍ଟର ଜନୈକ ସବ୍‌ଇନ୍‌ସ୍ପେକ୍ଟରଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଏସ୍‌ଆଇ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିବା କହିଛନ୍ତି ପୀଡ଼ିତା । ଏହା ସହ ସେ ୩ ଥର ଗର୍ଭପାତ କରିଥିବା ନେଇ ଅଭିଯୋଗ କରି ପୁଲିସ ଷ୍ଟେସନରେ ଗୁରୁବାର ଏତଲା ଦେଇଛନ୍ତି । ପୀଡ଼ିତା ଅଭିଯୁକ୍ତ ଏସ୍‌ଆଇ ଉମେଶ ରଘୁବଂଶୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବା ପାଇଁ ପହଞ୍ଚିବା ବେଳକୁ ସେମାନେ ଫେରାର ହୋଇ ସାରିଥିବା କହିଛି ପୁଲିସ ।

NDTV.com

ପୁଲିସ କହିବା ଅନୁଯାୟୀ, ହରଦା ଥାନାରେ ଦୁହେଁ କାମ କରୁଥିବା ବେଳେ ଉମେଶ ପୀଡ଼ିତାଙ୍କୁ କାମ ଶିଖାଇବା ବାହାନାରେ ତାଙ୍କ ନିକଟତର ହୋଇଥିଲେ । ଏହା ପରେ ସୁବିଧା ଦେଖି ସେ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିବାହିତ ବୋଲି ଜାଣି ପୀଡ଼ିତା ଶାରୀରିକ ସଂପର୍କ ରଖିବାକୁ ମନା କରି ଦେଇଥିଲେ । ଏହା ଶୁଣି ମୁଁ ମୋ ସ୍ତ୍ରୀ ସହ ରହିବାକୁ ଚାହୁଁ ନାହିଁ ଖୁବ୍‌ ଶୀଘ୍ର ତାଙ୍କୁ ଛାଡ଼ପତ୍ର ଦେଇ ତୁମକୁ ବିବାହ କରିବି ବୋଲି କହି ଉମେଶ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏ ମଧ୍ୟରେ ପୀଡ଼ିତା ଗର୍ଭବତୀ ହେବାରୁ ଉମେଶ ଡ଼ାକ୍ତରଖାନା ନେଇ ଗର୍ଭପାତ କରାଇ ଦେଇଥିଲେ । ତା’ ପରେ ବିବାହ କଥା କହିବାରୁ ଉମେଶ ବାରମ୍ବାର କଥା ବଦଳାଇ ଦେଉଥିଲେ । ୩ ଥର ଗର୍ଭପାତ ହେବା ପରେ ପୀଡ଼ିତା ରାଗରେ ତାଙ୍କ ଘରେ ପହଞ୍ଚି ପାଟି ତୁଣ୍ଡ କରିବାରୁ ଉମେଶ ଏବଂ ତାଙ୍କ ସ୍ତ୍ରୀ ପୀଡ଼ିତାଙ୍କୁ ଘର ଭିତରକୁ ଟାଣି ନେଇ ମାଡ଼ ମାରିଥିଲେ । ଏତେ ସବୁ ହେବା ପରେ ପୀଡ଼ିତା ଗୁରୁବାର ନିଜ ମା’ଙ୍କ ସହ ପୁଲିସ ଷ୍ଟେସନ ଯାଇ ଉମେଶ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧିତ ଖବର