ନୂଆଦିଲ୍ଲୀ : ନିର୍ବାଚନ ପରେ ଏବେ ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ଗୃହର ସଦସ୍ୟମାନେ ଶପଥ ଗ୍ରହଣ କରିବା ପରେ ଏବେ ବୁଧବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ନିର୍ବାଚନ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ଜୁନ୍ ୨୬ରେ ଗୃହରେ ଉପସ୍ଥିତ ରହିବା ପାଇଁ ଲୋକସଭାରେ ନିଜ ସାଂସଦମାନଙ୍କୁ ତିନି ଧାଡ଼ିର ହ୍ୱିପ୍ ଜାରି କରିଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ସଂସଦୀୟ ଦଳ ତରଫରୁ ସାଂସଦମାନଙ୍କୁ ଚିଠି ଲେଖି କୁହାଯାଇଛି ଯେ ଆସନ୍ତାକାଲି ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଣାଯିବ। ଲୋକସଭାରେ କଂଗ୍ରେସ ପାର୍ଟିର ସମସ୍ତ ସଦସ୍ୟ ସକାଳ ୧୧ଟାରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। କଂଗ୍ରେସର ଏହି ହ୍ୱିପ୍ କେ ସୁରେଶ ଜାରି କରିଛନ୍ତି, ସେ ବିରୋଧୀ ଦଳରୁ ଲୋକସଭା ବାଚସ୍ପତିଙ୍କ ପ୍ରାର୍ଥୀ ମଧ୍ୟ ଅଟନ୍ତି ।
ସେହିପରି ବୁଧବାର ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ଅଧିବେଶନରେ ଉପସ୍ଥିତ ରହିବାକୁ ବିଜେପି ତା’ର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରିବା ସହ ସେମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି।