ଚନ୍ଦା କୋଚରଙ୍କ ବାୟୋପିକ୍ ରିଲିଜ୍ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ, ନିଜ ବାୟୋପିକ୍ ରିଲିଜ୍ ବିଷୟରେ ଜାଣି ନଥିଲେ ଚନ୍ଦା
ନୂଆଦିଲ୍ଲୀ: ଶନିବାର ନଭେମ୍ବର ୨୩ ତାରିଖରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ବାୟୋପିକ୍ ରିଲିଜ୍ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଚନ୍ଦା କୋଚରଙ୍କ ଓକିଲ ନମନ ଯୋଶୀ ଓ ବିଜୟ ଅଗ୍ରୱାଲ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଯାହା ପରେ ଦିଲ୍ଲୀ ହାଇକୋର୍ଟ ନିଜର ଏଭଳି ରାୟ ରଖିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା, ନିଜ ବାୟୋପିକ୍ ବିଷୟରେ ଖୋଦ୍ ଚନ୍ଦାଙ୍କୁ ଜଣା ନଥିଲା। ସେ ନଭେମ୍ବର ୨୦, ୨୦୧୯ରେ ଏ ବିଷୟରେ ଜାଣିବାକୁ ପାଇବା ପରେ ନିଜ ଓକିଲଙ୍କୁ ଏହା ଉପରେ ରୋକ୍ ଲଗାଇବା ପାଇଁ କହିଥିଲେ। ଯାହା ପରେ ତାଙ୍କର ଦୁଇ ଓକିଲ ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଯେହେତୁ ଏବେ ବି ଚନ୍ଦା କୋଚରଙ୍କୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କ ଋଣ ଜାଲିଆତିି ଓ କଳା ଟଙ୍କା ଧଳା କରିଥିବା ମାମଲାରେ ପଚରାଉଚରା କରୁଛନ୍ତି, ସେଥିପାଇଁ ଏବେ ଫିଲ୍ମ ରିଲିଜ୍ ହୋଇ ପାରିବ ନାହିଁ ବୋଲି ପିଟିସନରେ ଲେଖାଯାଇଥିଲା। ପିଟିସନ ଦାଖଲ ପରେ ଏବେ ହାଇକୋର୍ଟ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବାୟେପିକର ନାଁ ‘ଚନ୍ଦା: ଏ ସିଗନେଚର ଦ୍ୟାଟ୍ ରୁଇନଡ ଏ କ୍ୟାରିୟର’ ଥିବା ବେଳେ ଏହି ଫିଲ୍ମରେ ଚନ୍ଦାଙ୍କ ଭୂମିକାରେ ଅଭିନୟ କରିଛନ୍ତିି ଗୁରଲୀନ ଚୋପ୍ରା। ବିଜୟ ଅଗ୍ରୱାଲଙ୍କ କହିବା ମୁତାବକ, ଚନ୍ଦା କୋଚରଙ୍କ ଜୀବନିକୁ ନେଇ ଫିିଲ୍ମ ତିଆରି କରିବା ବା ଫିଲ୍ମର ଟାଇଟେଲ ରଖିବା ପାଇଁ ପ୍ରଯୋଜନା ସଂସ୍ଥା ଚନ୍ଦା କୋଚରଙ୍କ ଅନୁମତି ନେଇ ନଥିଲା। ଯାହା ପାଇଁ ତାଙ୍କୁ ଏ ବିଷୟରେ ଜଣା ନଥିଲା।