ବାଲିପାଟଣା: ସରକାର କମ ପିଲା ଥିବା ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି। ୨୦ରୁ କମ ପିଲା ଥିଲେ ଦେଢ଼ରୁ ୨ କିଲୋମିଟର ଭିତରେ ଥିବା ସ୍କୁଲ ସହ ମିଶାଇଦିଆଯିବ। ସେହିପରି ୪୦ ପିଲାରୁ କମ ପିଲାଥିଲେ ୧ କିଲୋମିଟରରେ ଥିବା ସ୍କଲ ସହ ମିଶାଯିବ ବୋଲି ସରକାର ନିୟମ ପ୍ରଣୟନ କରିଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ୨୨ ସ୍କଲରେ ତାଲା ଝୁଲିବାକୁ ଯାଉଛି । ଦେଉଳିଧରପୁର ପଞ୍ଚାୟତ କାଳିଆଦଣ୍ଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଆଜି ବିଇଓ ଅଫିସ ସାମ୍ନାରେ ଅଭିଭାବକ ଏବଂ ପିଲା ଧାରଣା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳିଆ ଦଣ୍ଡାର ପିଲା ସଂଖ୍ୟା ୨୭। ତେଣୁ ଉକ୍ତ ସ୍କୁଲକୁ ଦେଉଳିଧରପୁର ସହ ସଂଯୋଗ ପାଇଁ ସରକାରୀ ସ୍ତରରେ ସ୍ଥିରୀକୃତ ହୋଇଛି। କିନ୍ତୁ କାଳିଆ ଦଣ୍ଡା ଗ୍ରାମବାସୀ ଗାଁ ସ୍କୁଲ ବନ୍ଦକୁ ଦୃଢ଼ ବିରୋଧ କରୁଛନ୍ତି। ପୂର୍ବରୁ ଜୟଦେବ ବିଧାୟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଗ୍ରାମବାସୀ କହିଛନ୍ତି।
ଆଜି ବହୁ ସଂଖ୍ୟାରେ ପୁରୁଷ, ମହିଳା ଏବଂ ଛାତ୍ର/ଛାତ୍ରୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୦ ଟାରେ ଧାରଣରେ ବସିଥିଲେ। ଏବିଓ ଅଜୟ କୁମାର ସାହୁ ଏବଂ ଥାନା ଅଧିକାରୀ ରାଧାକାନ୍ତ ସାହୁ ସେମାନଙ୍କୁ ବୁଝାସୁଝା କରିଥିଲେ। ଏବିଓ ଶ୍ରୀ ସାହୁଙ୍କ ସୂଚନା ଅନୁସାରେ ଜିଲ୍ଲାସ୍ତରିୟଟିମ କିଛି ଦିନ ମଧ୍ୟରେ ତଦନ୍ତ କରିବାର କାର୍ଯ୍ୟକ୍ରମ ଅଛି। ତଦନ୍ତ ରିପୋର୍ଟରେ ଯାହା ଚୂଡ଼ାନ୍ତ ହେବ ତଦ ଅନୁଯାଇ ନିଷ୍ପତ୍ତି ନିଆଯିବ। ଆଜିର ଧାରଣାରେ ବଂଶୀଧର ଭୋଇ, ପ୍ରକାଶ ବେହେରା, ଜମ୍ବେଶ୍ୱର ଭୋଇ, ପ୍ରସନ୍ନ ଭୋଇ, ଦୀପକ ଭୋଇ, ଦୁଃଖିଶ୍ୟାମ ଭୋଇ, ସୁନାରାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।