ନୂଆଦିଲ୍ଲୀ: ଆଜି ହେବ ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳର ସଂପ୍ରସାରଣ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୬ଟାରେ ଏହି ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ। ଏଥିପାଇଁ ଫୋନ ପାଇ ଦିଲ୍ଳୀରେ ପହଁଚୁଛନ୍ତି ନେତା।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀ ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ମନ୍ତ୍ରୀ ରହିବା କଥା। ତେବେ ବର୍ତ୍ତମାନ ୫୩ ଜଣ ମନ୍ତ୍ରୀ ଅଛନ୍ତି। ୯ ଜଣ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରଣାଳୟ ରହିଛି। ଖବର ଅନୁସାରେ, ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଇପାରନ୍ତି ନରେନ୍ଦ୍ର ମୋଦୀ। ୨୦ ଜଣ ନୂଆ ଚେହେରାକୁ ସାମିଲ କରାଯାଇପାରେ। ଆଉ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ । ଆସନ୍ତାବର୍ଷ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ଥିବାରୁ ଏହି ରାଜ୍ୟକୁ ଅଧିକ ଗୁରୁତ୍ୱ ମିଳିପାରେ।
ଏହାଛଡା ଓବିସି ଓ ଦଳିତଙ୍କୁ ବି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳରେ ଗୁରୁତ୍ୱ ଦିଆଯାଇପାରେ। କିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟଗୁଡିକରେ ବହୁତ ଦିନ ଧରି ମନ୍ତ୍ରୀ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସମ୍ଭାବନା ରହିଛି । ଏସବୁ ଭିତରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ବୈଜୟନ୍ତ ପଣ୍ଡାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।