ବିଏସ୍ଏନ୍ଏଲର ଧମାକା ଅଫର : ୫୪୦ ଜିବି ଡାଟା ସହ ମିଳିବ ୧୮୦ଦିନର ବୈଧତା

ନୂଆଦିଲ୍ଲୀ : ସରକାରୀ ଟେଲିକମ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍) ନିଜର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଧମାକା ଅଫର ଆଣିଛି। ପୂର୍ବରୁ ବିଏସ୍ଏନ୍ଏଲ୍ ନିଜର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଅଫର ଆଣିଥିବା ବେଳେ ଏବେ ଲମ୍ବା ବୈଧତାର ଏକ ନୂଆ ପ୍ଲାନ ଲଞ୍ଚ କରିବାକୁ ଯାଉଛି ବିଏସ୍ଏନ୍ଏଲ୍। ଏହାର ଦାମ୍ ୯୯୭ ରହିଥିବା ବେଳେ କମ୍ପାନି ଏଭଳି ଅଫର ଆଣି ଏୟାରଟେଲ, ଭୋଡାଫୋନ-ଆଇଡିଆ ଓ ଜିଓକୁ ଟକ୍କର ଦେବା ପାଇଁ ଚେଷ୍ଟା କରିଛି। ସବୁଠାରୁ ଖାସ୍ କଥା ହେଲା ଏହି ଅଫର ଜରିଆରେ ଲୋକେ ମାଗଣାରେ ଦୁଇ ମାସ ପର୍ଯ୍ୟନ୍ତ ନିଜ ପସନ୍ଦର ରିଙ୍ଗବ୍ୟାକ୍ ଟୋନ ରଖି ପାରିବେ।

Image result for bsnl-new-rs-997-plan-with-540gb-data-and-180-days-validity
NBT

ସୂଚନା ମୁତାବକ, ନଭେମ୍ବର ୧୦ରେ ଏହି ପ୍ଲାନକୁ ଲଞ୍ଚ କରାଯିବା ସହ ଏହି ଅଫର ମାଧ୍ୟମରେ ଲୋକେ ଅନଲିମିଟେଡ୍ ଭଏସ୍ କଲ୍ ସହ ଦିନକୁ ୩ଜିବି ଡାଟା ପାଇ ପାରିବେ। ଏହା ସହ ୧୦୦ମେସଜ୍ ପଠାଇବାର ସୁବିଧା ରହିବା ସହ ଏହି ପ୍ଲାନର ବୈଧତା ୧୮୦ଦିନ ରହିବ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ,ଏୟାରଟେଲ, ଭୋଡାଫୋନ-ଆଇଡିଆ ଓ ଜିଓ ନଜ ପ୍ଲାନର ବୈଧତା ୯୦ଦିନ ରଖିଛି। ବୈଧତାକୁ ଦେଖି ଲୋକେ ବିଏସ୍ଏନ୍ଏଲକୁ  ଆପଣାଇବେ ବୋଲି କମ୍ପାନି ଆଶା ରଖିଛି। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଏହି ଅଫରର ଫାଇଦା କେବଳ କେରଳବାସୀ ଉଠାଇ ପାରିବେ। କେରଳରେ ବିଏସ୍ଏନ୍ଏଲର ପ୍ରାୟ ୧କୋଟିରୁ ଅଧିକ ଗ୍ରାହକ ଥିବାରୁ ଏହି ସୁବିଧା ଏବେ କେବଳ କେରଳରେ ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର