ଫେରିଲା ଗୌତମ ଆଦାନୀଙ୍କ ଅଚ୍ଛେ ଦିନ୍…ବିଶ୍ବର ଶ୍ରେଷ୍ଠ ୨୦ ଧନୀ ତାଲିକାରେ ହେଲେ ସାମିଲ

ମୁମ୍ବାଇ : ଶିଳ୍ପପତି ଗୌତମ ଆଦାନୀଙ୍କ ପୁଣି ଅଚ୍ଛେ ଦିନ (ଭଲ ଦିନ) ଫେରିଛି । ଗତ ଜାନୁଆରି ମାସରେ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ତାଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇଥିଲା । କିନ୍ତୁ ଏବେ ଧୀରେ ଧୀରେ ତାଙ୍କ କମ୍ପାନିଗୁଡ଼ିକର ସେୟାରରେ ଉନ୍ନତି ସହ ତାଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି । ଗତ ୩ ଦିନରେ ତାଙ୍କ ସମ୍ପତ୍ତି ପ୍ରାୟ  ୧୨ ବିଲିୟନ ଡଲାର ବା ପାଖାପାଖି ୯୮,୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ଫଳରେ ସେ ପୁଣି ବିଶ୍ବର  ଶ୍ରେଷ୍ଠ ୨୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ବ୍ଲୁମ୍ବର୍ଗ ବିଲିୟନର ସୂଚକାଙ୍କ ଅନୁସାରେ ସେ ଏବେ ବିଶ୍ବର ୧୮ତମ ଧନୀ ଅଛନ୍ତି ଓ ତାଙ୍କ ସମ୍ପତ୍ତି ପରିମାଣ ୬୪.୨ ବିଲିୟନ ଡଲାର ରହିଛି ।

କ୍ରମାଗତ ତିନି ଦିନ ଧରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ମେ ୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ବୁଧବାର ସମ୍ପତ୍ତି ସାମାନ୍ୟ ହ୍ରାସ ପାଇଛି । ମେ’ ୧୮ ପରଠାରୁ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୧.୮ ବିଲିୟନ ଡଲାର ବା ପାଖାପାଖି ୯୮,୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି।

ଗତ ଜାନୁଆରି ମାସରେ ଆସିଥିବା ହିଣ୍ଡନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ଜାଲିଆତି, ହିସାବ ଠକେଇ ଆଦି ଆରୋପ ଲଗାଯାଇଥିଲା । ତେବେ କମ୍ପାନି ଏହାକୁ ଖଣ୍ଡନ କରିଥିଲା ।

ସମ୍ବନ୍ଧିତ ଖବର