ରିଲାଏନ୍ସ ଜିଓର ଧମାକା: ପ୍ରତିଦିନ ମିଳିବ ୫ଜିବି ମାଗଣା ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । କମ୍ପାନି ପକ୍ଷରୁ ଜିଓପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ବର୍ଷକ ପାଇଁ ବଢାଇ ଦିଆଯାଇଛି । ଅର୍ଥାତ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହାର ବୈଧତା ରହିଛି।

ପ୍ରାଇମ ମେମ୍ବରସିପର ଅବଧି ସମାପ୍ତ ହେବାପରେ ଗ୍ରାହକମାନେ ଆଉ ବର୍ଷେ ପାଇଁ ପ୍ରାଇମ ମେମ୍ବରସିପ ପାଇଁ ମିଳୁଥିବା ବିଭିନ୍ନ ସୁବିଧା ଯଥା ଶସ୍ତା ତାରିଫ ଆଦିର ଫାଇଦା ଉଠାଇପାରିବେ । ଏଥିସହିତ ୧.୫ଜିବି ସ୍ଥାନରେ ୨ଜିବି ଓ ୨ଜିବି ସ୍ଥାନରେ ୩ଜିବି, ୩ଜିବି ସ୍ଥାନରେ ୪ଜିବି ଓ ୪ଜିବି ସ୍ଥାନରେ ୫ଜିବି ଡାଟା ପ୍ରତିଦିନ ପ୍ରଦାନ କରିବା ପାଇଁ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି। ଜିଓର ପ୍ରାଇମ୍‌ ମେମ୍ବରସିପ୍‌ରେ ଗ୍ରାହକଙ୍କୁ ନିମ୍ନ ସୁବିଧା ମିଳିବ।

୧. ଜିଓ ପ୍ରାଇମ୍‌ ମେମ୍ବର୍ସଙ୍କୁ ୨୦ପ୍ରତିଶତରୁ ୫୦ ପ୍ରତିଶତ ଅଧିକ ଭେଲ୍ୟୁ ମିଳିବ।
୨. ୫୫୦+ ଲାଇବ୍‌ ଟଭି ଚାନେଲ
୩. ୬,୦୦୦+ ସିନେମା
୪. ଲକ୍ଷ ଭିଡିଓ/ଟିଭି ସୋ’
୫.୧.୪+ କୋଟି ଗୀତ
୬. ୫,୦୦୦+ପୁସ୍ତକ
୭.୫୦୦+ସମାଚାର
୮.ମାଇଜିଓ-ଡିଜିଟାଲ ଗେଟେଓ୍ଵ
୯.୨୪x୭ ସେଲଫ ସର୍ଭିସ୍‌ ଓ ଆକାଉଣ୍ଟ ମେନେଜମେଣ୍ଟ
୧୦. ସମସ୍ତ ଜିଓ ଆପ୍‌

ତେବେ ନୂଆ ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ପ୍ରାଇମ ମେମ୍ବରସିପ ନେଇପାରିବେ । ଏହି ନୂଆ ଗ୍ରାହକମାନଙ୍କ ସଦସ୍ୟତା ଏପ୍ରିଲ ୧୧ରୁ ଆରମ୍ଭ ହେବ । କମ୍ପାନିର ଗ୍ରାହକଭିତ୍ତି ୧୭୫ ନିୟୁତ ଟପିବା ଅବସରରେ କମ୍ପାନି ଏହି ଘୋଷଣା କରିଛି ।

ଦୁଇ ବର୍ଷ ତଳେ କମ୍ପାନି ପକ୍ଷରୁ ମାଗଣା ଜିଓ ସେବା ଆରମ୍ଭ କରାଯାଇଥିଲା । ପ୍ରଥମ ୬ମାସ ପାଇଁ ଉଭୟ ଭଏସ ଓ ଡାଟା ମାଗଣା ଥିଲା । ପରେ କମ୍ପାନି ପେମେଣ୍ଟ ଫର୍ମାଟକୁ ଗଲା । ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ଏହି ଜିଓ ପ୍ରାଇମ ସେବା ଚାଲୁ ରଖିପାରିଲେ । ଗତ ବର୍ଷ ଏପ୍ରିଲ ୧ରେ ଜିଓ ପ୍ରାଇମ ମେମ୍ବରସିପକୁ ଆହୁରି ଏକ ବର୍ଷ ପାଇଁ ବଢାଗଲା ଯାହାକି ଆସନ୍ତା ମାର୍ଚ୍ଚ ୩୧ରେ ସମାପ୍ତ ହେଉଥିଲା । ଏବେ ଏହାକୁ ଆଉ ବର୍ଷେ ବଢାଇଦିଆଯିବା ପରେ ଗ୍ରାହକମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର