ଆପଣାଛାଏଁ ଡିଲିଟ ହୋଇଯିବ ହ୍ଵାଟସ୍‌ ଆପ୍‌ ମେସେଜ! ଆସୁଛି ନୂଆ ଅପଡେଟ୍

ନୂଆଦିଲ୍ଲୀ: ହ୍ଵାଟସ୍‌ ଆପ୍‌ ବ୍ୟବହାରକାରୀଙ୍କ ପାଇଁ ନୂଆ ଆଣ୍ଡ୍ରୋଏଡ ବିଟା ଅପଡେଟ ନେଇ ଆସିଛି। ଏହି ଅପଡେଟ ଆସିବା ପରେ ବ୍ୟବହାରକାରୀଙ୍କ ମେସେଜ ଅଟୋମେଟିକ୍‌ ଡିଲିଟ ହୋଇଯିବ। ଏଥିପାଇଁ ସମୟ ନିଶ୍ଚିତ କରିବାକୁ ପଡ଼ିବ। କିଛିଦିନ ପୂର୍ବରୁ ଏହି ଫିଚର ବିଷୟରେ ଖବର ଆସିଥିଲା। ସେତେବେଳେ ଏହି ଫିଚରକୁ Dissapearing Message ଫିଚର ବୋଲି କୁହାଯାଉଥିଲା।

ହ୍ଵାଟସ୍‌ ଆପ୍‌ ନୂଆ ଆଣ୍ଡ୍ରୋଏଡ ବିଟା ଅପଡେଟ ଏହି ଫିଚର ନାମ ବଦଳାଇ ଡିଲିଟ ମେସେଜ କରି ଦେଇଛି। ଏହି ଫିଚରକୁ ଏବେ ବ୍ୟବହାର ଉପଯୋଗୀ କରାଯାଇ ପାରି ନାହିଁ। କାରଣ ଏହାର ଏବେ ପରୀକ୍ଷଣ ଚାଲିଛି। ହ୍ଵାଟସ୍‌ ଆପ୍‌ ଅପଡେଟକୁ ଟ୍ରାକ୍‌ କରୁଥିବା ୱେବସାଇଟ୍   WABetaInfo ଏହି ଫିଚରର ଏକ ସ୍କ୍ରିନ୍‌ସଟ୍‌ ବି ସେୟାର କରିଛି।

Zee Business

ନୂଆ ବିଟା ଅପଡେଟ ହ୍ଵାଟସ ଆପ୍‌ ଭର୍ସନ୍‌ ୨.୧୯.୩୪୮ରେ ରୋଲଆଉଟ କରାଯାଉଛି। ଏହି ଅପଡେଟକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ କରାଯାଇ ପାରିବ। ଏବେ ଏହାର ପରୀକ୍ଷଣ ଚାଲୁଥିବା ହେତୁ ଡାଉନ୍‌ଲୋଡ କଲେ ବି ବ୍ୟବହାରକାରୀ ଏହାକୁ ଦେଖି ପାରିବେ ନାହିଁ।

ସମ୍ବନ୍ଧିତ ଖବର