ସାହସର ସହ ଜେଜେମାଆଙ୍କ ଚେନ୍‌ ଲୁଟେରାର ମୁକାବିଲା କରି ଚର୍ଚ୍ଚାରେ କୁନି ଝିଅ

ପୁଣେ: ଆଜିକାଲି ରାସ୍ତାରେ ଯାଉଥିବା ବେଳେ ପା‌ଦେ ପାଦେ ବିପଦ। କେଉଁଠି ଅଚାନକ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼େ ତ ପୁଣି କେଉଁଠି ଆଗକୁ ଆସିଯାଆନ୍ତି ଲୁଟେରା। ସତର୍କତା ଅବଲମ୍ବନ ନକଲେ ପ୍ରତି ମୁହୂର୍ତ୍ତରେ ବିପଦ ଆସିପାରେ। ପୁଣେର ଏକ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବୁ। ଭିଡିଓରେ ଆପଣ ଦେଖିପାରିବେ ଯେ କିପରି ଏକ କୁନି ଝିଅ ନିଜ ଉପସ୍ଥିତ ବୁଦ୍ଧି ହେତୁ ତା’ର ଜେଜେମାଆଙ୍କୁ ଲୁଟିବାକୁ ଆସିଥିବା ଜଣେ ଲୁଟେରାକୁ ବାଡ଼େଇ ପକଉଛି।

ଘଟଣାଟି ଫେବ୍ରୁଆରି ୨୫ ତାରିଖର। ଭିଡିଓଟି ଭାଇରାଲ୍‌ ହେବା ପରେ ଏବେ ଏହା ଲୋକଲୋଚନକୁ ଆସିଛି। ଜାଣିବାକୁ ମିଳିଛି ଯେ ସହରର ମଡେଲ୍‌ କଲୋନିରେ ଜଣେ ବୟସ୍କା ମହିଳା ରାସ୍ତା କଡ଼ରେ ଚାଲିଚାଲି ଯାଉଥିବା ବେଳେ ଏକ ସ୍କୁଟିରେ ଏକ ଲୁଟେରା ଆସି ପ୍ରଥମେ ମହିଳାଙ୍କ ସହ କଥା ହେବା ପରେ ସେ ପିନ୍ଧିଥିବା ଚେନ୍‌କୁ ଲୁଟିବାକୁ ଚେଷ୍ଟା କରୁଛି।

 

ବୟସ୍କା ମହିଳା ଜଣକ ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଥିବା ତାଙ୍କ ୧୦ ବର୍ଷୀୟା ନାତୁଣୀ ହାତରେ ଧରିଥିବା ଏକ ବ୍ୟାଗ୍‌ରେ ଲୁଟେରାକୁ ପିଟି ଚାଲିଛି। ନାବାଳିକା ଜଣକ ସେପର୍ଯ୍ୟନ୍ତ ପିଟିଚାଲିଛି, ଯେପର୍ଯ୍ୟନ୍ତ ଲୁଟେରା ସେ ସ୍ଥାନ ଛାଡ଼ ପଳାଇ ନଯାଇଛି। ଏହି ଭିଡିଓଟି ଏବେ ‌ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମସ୍ତେ କୁନି ଝିଅଟିର ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

 

ସମ୍ବନ୍ଧିତ ଖବର