ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ନିଆଁ, ସିରିଏଲ ସୁଟିଂ ସେଟ୍ ଜଳିପୋଡ଼ି ପାଉଁଶ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିବା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ର  ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଲାଗିଥିବା ନିଆଁ ନିକଟସ୍ଥ ଆଉ କେତେକ ସେଟକୁ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆଗ କି ‘ତେରି ମେରି ଦୁରିୟାଁ’ ଏବଂ ‘ଅଜୁନି’ ଧାରାବାହିକର ସେଟ୍ ରେ ପହଞ୍ଚିସାରିଛି । ଘଟଣା ସମୟରେ ତିନୋଟି ଧାରାବାହିକର ସେଟ୍ ରେ ପ୍ରାୟ ହଜାରେ ଲୋକ କାମ କରୁଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ର ଟିମ୍ ନିଆଁ ଲିଭାଇବାରେ ଲାଗିପଡ଼ିଛନ୍ତି ।

ଟିଭି ସିରିଏଲ ‘ଗୁମ୍ ହୈ କିସି କେ ପ୍ୟାର ମେଁ’ର ସେଟ୍ ରେ ନିଆଁ ଲାଗିବା ମାତ୍ରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଅଗ୍ନିକାଣ୍ଡରେ ସିରିଏଲ ସେଟ୍ ର ଅନେକ ସାମଗ୍ରୀ ଜଳି ଯାଇଛି । ୧୨ଟି ଦମକଳ ଗାଡ଼ି, ଗୋଟିଏ ପାଣି ଟ୍ୟାଙ୍କର, ୩ଟି ସ୍ୱୟଂଚାଳିତ ଟର୍ଣ୍ଣ ଟେବୁଲ (ଏଡବ୍ଲ୍ୟୁଟିଟି), ଗୋଟିଏ କ୍ୱିକ୍ ରେସପନ୍ସ ଗାଡ଼ି ଓ ଅଗ୍ନିଶମ ବାହିନୀ ର କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ବୋଲି ବୃହତ୍ ମୁମ୍ବାଇ ମହାନଗର ପାଳିକାର ଜଣେ ଅଧିକାରୀ କହିଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ଯେ ଷ୍ଟୁଡିଓରେ ଲେଭେଲ-୩ ଓ ଲେଭେଲ-୪ ମଧ୍ୟରେ ନିଆଁ ଲଗାଇଛି, ଯାହା କି ସବୁଠାରୁ ଗମ୍ଭୀର ଶ୍ରେଣୀର ।

ସମ୍ବନ୍ଧିତ ଖବର