ଯୌତୁକ ପାଇଁ ମହିଳାଙ୍କ ଓଜନ ହୋଇଯାଇଥିଲା ୨୦କେଜି
କେରଳ: ଶକ୍ତ ନିୟମ ସତ୍ତ୍ୱେ ଯୌତୁକଜନିତ ନିର୍ଯାତନା ମାମଲା ଥମିବାର ନାମ ନେଉ ନାହିଁ। କେରଳରୁ ଏମିତି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ମହିଳାଙ୍କୁ ଉପବାସରେ ରଖି ଦେଇଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ୨୭ବର୍ଷୀୟ ମହିଳାଙ୍କ ଓଜନ ୨୦କିଲୋ ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ମୃତ ମହିଳାଙ୍କ ନାମ ତୁଷାରା (୨୭)।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ତୁଷାରାଙ୍କ ବିବାହ ଚନ୍ଦୁଲାଲ ସହିତ ୨୦୧୩ ମସିହାରେ ହୋଇଥିଲା। ତୁଷାରାଙ୍କ ଶାଶୁଘରେ ସ୍ୱାମୀଙ୍କ ବ୍ୟତୀତ ତାଙ୍କ ଶାଶୁ ଗୀତାଲାଲା ଥିଲେ। ଯିଏକି ବୋହୂ ଆସିବା ଦିନଠାରୁ ଯୌତୁକ ଦାବି କରି ଆସୁଥିଲେ। ଶାଶୁ ଓ ସ୍ୱାମୀ ମିଶି ମହିଳାଙ୍କୁ ଅନେକ ଦିନ ହେବ ଭୋକରେ ରଖିଥିଲେ। ଏହି କାରଣରୁ ମହିଳାଙ୍କ ମାର୍ଚ୍ଚ ୨୧ରେ ମୃତ୍ୟୁ ହୋଇଯାଇଥିଲା।
ମହିଳାଙ୍କ ପରିବାରଲୋକଙ୍କ ଅଭିଯୋଗ କ୍ରମେ, ତୁଷାରାକୁ ତାର ଶାଶୁଘର ଲୋକ ଖାଇବାକୁ ଦେଉ ନଥିଲେ। କୌଣସି ଉପାୟରେ ତୁଷାରା ଭିଜା ଚାଉଲ ଓ ଡାଲି ପାଣି ପିଇ ଜୀବିତ ରହି ଆସୁଥିଲା। ଫଳରେ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା।