ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ, ଗ୍ରାମବାସୀଙ୍କ ରାସ୍ତାରୋକ

କୁଚିଣ୍ଡା: ଆଜି ସକାଳ ପ୍ରାୟ ୫ଟା ସମୟରେ ସମ୍ୱଲପୁରର ରାଜପଥ ୨୪ ପଆରୁଆଭାଡି ଗ୍ରାମପଞ୍ଚାୟତ ସମ୍ମୁଖରେ ରାସ୍ତା କଡ଼ରେ ଚାଲି ଚାଲି କୁଚିଣ୍ଡା ପଟକୁ ଆସୁଥିବା ପଆରୁଆଭାଡି ଗ୍ରାମର ମୁକ୍ତେଶ୍ଵର ଧାନ ଓ ପଣ୍ଡରିକଟାର ଦଧି ଦର୍କାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘଟଣା ପରେ ପଆରୁଆଭାଡି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଲୋକମାନେ ବିଭିନ୍ନ ଦାବି ନେଇ ରାସ୍ତା ଉପରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ। ପରେ ବିଜେପି ରାଜ୍ୟ ଉପସଭାପତି ରବିନାରାୟଣ ନାୟକ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରଶାସନ ପକ୍ଷରୁ ତହସିଲଦାର ପ୍ରସନ୍ନ ଟେଟେ, ବିଡ଼ିଓ ନିରଞ୍ଜନ ସା, ଆଇଆଇସି ଦିଲିପ ସାମଲ, ଏସଡିପିଓ ଅମିତାଭ ପଣ୍ଡା, ସ୍ଥାନୀୟ ସରପଞ୍ଚ, ପୂର୍ବ ସରପଞ୍ଚ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ | ରେଡକ୍ରସ ପକ୍ଷରୁ ଉଭୟଙ୍କ ପରିବାରକୁ ସହାୟତା ଯୋଗାଇବାର ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର