କିଏ ନେବ କେନ୍ଦ୍ରାପଡ଼ାର ପରିମଳ ଦାୟିତ୍ବ? ଦୌଡ଼ରେ ଦୁଇ ଠିକା ସଂସ୍ଥା, ପ୍ରତ୍ୟୁଷ ନା ପରିତୋଷ?

କେନ୍ଦ୍ରାପଡ଼ା: ବଦଳିବ କେନ୍ଦ୍ରାପଡ଼ା ସହରର ପରିମଳ। ଏଥିପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ନଭେମ୍ବର ୧ତାରିଖରୁ ନୂଆ ଠିକା ସ˚ସ୍ଥା ହାତରେ ସହରର ପରିମଳ ବ୍ୟବସ୍ଥା ପରିଚାଳନା ହେବାକୁ ଯାଉଛି। ଟେଣ୍ତର‌୍‌ ପ୍ରକ୍ରିୟାରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପରେ ଗୋଟିଏ ଠିକା ସ˚ସ୍ଥା ବାଦ୍‌ ପଡ଼ିଛି। ଦୁଇ ସ˚ସ୍ଥା ପ୍ରତ୍ୟୁଷ ଆଉ ପରିତୋଷ ଠିକା ସ˚ସ୍ଥା ଦୌଡ଼ରେ ଥିବା ବେଳେ ସେମାନଙ୍କ ମଧୢରୁ ଆର୍ଥିକ ବିଡ୍‌ରେ କମ୍‌ ମୂଲ୍ୟ ପକାଇଥିବା ସ˚ସ୍ଥା ଚୂଡ଼ାନ୍ତ ମୋହର ବାଜିବାକୁ ଯାଉଛି। ସମ୍ଭବତଃ ଦୁଇ ତିନି ଦିନ ଭିତରେ ଏହା ଚୂଡ଼ାନ୍ତ ହେଇଯିବ ବୋଲି ସୂଚନା ମିଳିଛି। ତେବେ ଏହି ପରିମଳ ଟେଣ୍ଡର୍‌ରେ ଅନେକ ପରିବର୍ତ୍ତନ ଘଟିଛି। ଆଉ ପୂର୍ବଭଳି ମ୍ୟୁନିସିପାଲିଟି ହାତରେ ୱାର୍ଡ ରହିବ ନାହିଁ। ସହରର ସମସ୍ତ ୨୧ଟା ଯାକ ୱାର୍ଡ ଠିକା ସଂସ୍ଥା ହାତକୁ ଟେକିଦେବାକୁ ଯୋଜନା ହୋଇଛି। ପୂର୍ବରୁ ୧ରୁ ୭ନମ୍ବର ଯାଏ ୱାର୍ଡ ମ୍ୟୁନିସିପାଲିଟି ହାତରେ ରହୁଥିବା ବେଳେ ୮ରୁ ୨୧ନମ୍ବର ଯାଏ ୱାର୍ଡ ଭୁବନେଶ୍ବରର ଠିକା ସଂସ୍ଥା ‘ଏଲ୍‌ଆଣ୍ଡ୍‌କେ’ ପରିଚାଳନା କରୁଥିଲା। ୨୦୨୦-୨୧ମସିହାରେ ହୋଇଥିବା ଟେଣ୍ଡର୍‌ରେ ଏହି ସଂସ୍ଥା ପରିମଳ ଦାୟିତ୍ବ ହାତେଇଥିଲା ା କିନ୍ତୁ ଯେଉଁ ମୂଲ୍ୟରେ ଏହି ସଂସ୍ଥା ୧୪ଟି ୱାର୍ଡର ସଫେଇ ଦାୟିତ୍ବ ହାତେଇଥିଲା, ତାହାକୁ ନେଇ ବିବାଦ ଦେଖାଦେଇଥିଲା ା ପୂର୍ବ ତୁଳନାରେ ସଫେଇ ମୂଲ୍ୟ ଏକାଥରେ ଡବଲ୍‌ ହେଇଯାଇଥିଲା ା ପୂର୍ବରୁ ୧୪ଟି ୱାର୍ଡର ସଫେଇ ଖର୍ଚ୍ଚ ୬ଲକ୍ଷ ୮୦ହଜାର ଟଙ୍କା ଥିବା ବେଳେ ଏଲ୍‌ଆଣ୍ଡ୍‌କେ କିନ୍ତୁ ନେଇଥିଲା ୧୧ଲକ୍ଷ ୭୦ହଜାର ଟଙ୍କାରେ ା ଅର୍ଥାତ୍ ପୂର୍ବ ଅପେକ୍ଷା ସଫେଇରେ ହାରାହାରି ଦୁଇ ଗୁଣ ଅଧିକ ଅର୍ଥ ଠିକା ସଂସ୍ଥାକୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଦେବା ସେତେବେଳେ ବିବାଦର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ଏହି ବିବାଦ ଅଧିକ ବଢ଼ିଥିଲା ସେତିକିବେଳେ, ଯେବେ ଡବଲ୍‌ ଖର୍ଚ୍ଚ ପରେ ବି ଘରୋଇକରଣ ହୋଇଥିବା ୱାର୍ଡ ପରିମଳରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ଆସିଲା ନାହିଁ। ସଫେଇ ନାଁରେ ଲକ୍ଷାଧିକ ଟଙ୍କା ମାସକୁ ଠିକା ସଂସ୍ଥା-ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ମିଳିମିଶି ହରିଲୁଟ୍‌ କରୁଥିବା ନେଇ ଅଭିଯୋଗ ଆସିବା ପରେ ଅତୀତରେ ଏହାକୁ ନେଇ  ଏକାଧିକବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା ା

ମାତ୍ର ଏଥର ନୂଆ ପରିମଳ ଟେଣ୍ଡର୍‌ରେ ୧୪ପରିବର୍ତ୍ତେ ସମସ୍ତ ୨୧ଟା ୱାର୍ଡକୁ ଘରୋଇକରଣ କରାଯାଇଛି ା ସାତଟି ୱାର୍ଡ ଅଧିକ ବଢ଼ିଥିଲେ ବି ମୂଲ୍ୟରେ କିନ୍ତୁ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନାହିଁ। ଟେଣ୍ଡର୍‌ ମୁତାବକ ୨୧ଟି ୱାର୍ଡ ସଫେଇ ବାବଦକୁ ୧୩ଲକ୍ଷରୁ ଅଧିକ ଟଙ୍କା ଧାର୍ଯ୍ୟ କରାଯାଇଛି ା ପୂର୍ବ ତୁଳନରେ ଅଧିକ ସାତଟି ୱାର୍ଡ ବଢ଼ିଥିବା ବେଳେ ଦର କିନ୍ତୁ ଦୁଇ ଲକ୍ଷ ଟପିନାହିଁ।  ପ୍ରଥମ ଟେଣ୍ଡର୍‌ ସିଙ୍ଗଲ୍‌ ହେବା ପରେ ଦ୍ବିତୀୟ ଥର ଟେଣ୍ଡର୍‌ ଯେତେବେଳେ ହେଲା, ତିନିଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ପ୍ରତ୍ୟୁଷ, ପରିତୋଷ ଆଉ ପିଏମ୍‌ଆର୍ ଠିକା ସଂସ୍ଥା ଟେଣ୍ଡର୍‌ ପ୍ରକ୍ରିୟା‌ରେ ଆବେଦନ କରିଥିଲେ। ଯାଞ୍ଚରେ ପିଏମ୍‌ଆର୍ କଟି ଯାଇଥିବା ସୂଚନା ମିଳିଥିବାରୁ ଏବେ ପ୍ରତ୍ୟୁଷ କିମ୍ବା ପରିତୋଷ ମଧ୍ୟରୁ ଜଣେ ପରିମଳ ଦାୟିତ୍ବ ନେବାକୁ ଯାଉଛି ା ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି ଯେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏଥର ଟେଣ୍ଡର୍‌ରେ ଅନେକ ପରିବର୍ତ୍ତନ କରାଯାଇଛି ା ଦୁଇଟି ଜୋନ୍‌ରେ ସହରକୁ ବିଭକ୍ତ କରାଯାଇଥିଲା ା ୧ରୁ ୧୦ ଗୋଟିଏ ଜୋନ୍‌ ଏବଂ ଅନ୍ୟଟି ୧୧ରୁ ୨୧ଟି ୱାର୍ଡ ରଖାଯାଇଛି ା ପୂର୍ବରୁ ଠିକା ସଂସ୍ଥା ୧୪ଟି ୱାର୍ଡ ପାଇଁ ପାଖାପାଖି ୧୨ଲକ୍ଷ ଟଙ୍କା ନେଉଥିଲା ା ମାତ୍ର ଏଥର ୨୧ଟି ୱାର୍ଡ ପାଇଁ ୧୩ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ସାତଟି ୱାର୍ଡ ବଢ଼ିଥିଲେ ବି ଦର କିନ୍ତୁ ସେଭଳି ବୃଦ୍ଧି କରାଯାଇନାହିଁ। ସଫେଇ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ତେବେ ଯେଉଁ ୱାର୍ଡଗୁଡ଼ିକ ପୂର୍ବରୁ ମ୍ୟୁନିସିପାଲିଟି ଅଧୀନରେ ରହୁଥିଲା ଏବଂ ମ୍ୟୁନିସିପାଲିଟି କର୍ମଚାରୀ ସେଠାରେ କାମ କରୁଥିଲେ, ସେମାନଙ୍କୁ ଏହି ନୂଆ ବ୍ୟବସ୍ଥାରେ ବିଭିନ୍ନ ୱାର୍ଡରେ ନିୟୋଜିତ କରାଯିବାକୁ ଯୋଜନା ରହିଛି।

 

ସମ୍ବନ୍ଧିତ ଖବର