ସମ୍ଭାବ୍ୟ ବ୍ୟାତ୍ୟାକୁ ନେଇ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା, ମାଇକ ଯୋଗେ ପ୍ରଚାର

ବୋରିଗୁମ୍ମା: ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ଆସିବା ନେଇ ସୂଚନା ଦେବା ପରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶରେ ପ୍ରଭାବ ପଡିବ ବୋଲି ବିଭାଗ କହିଛି।ବଙ୍ଗୋପସାଗରରେ ବାତ୍ୟା ଘୁର୍ଣ୍ଣିଭୁତ ହୋଇ ଆସନ୍ତା ଚାରି ତାରିଖ ବେଳକୁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଚାଷୀ ମାନଙ୍କୁ ସତର୍କ ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକରେ ଥିବା କୃଷି ବିଭାଗ ପକ୍ଷରୁ ମାଇକ ଯୋଗେ ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଦେଇଛନ୍ତି। ଯେଉଁ ଚାଷୀ ମାନଙ୍କ ଧାନ ୮୫ ପ୍ରତିଶତ ପାଚିଛି, ସେହି ଚାଷୀ ମାନେ ଜମିରୁ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ବିଭାଗ।ଧାନ କାଟି ବିଲରେ ରଖନ୍ତୁ ନାହିଁ। ବର୍ଷା ସମୟରେ କୌଣସି କୀଟନାଶକ ଔଷଧ ସିଞ୍ଚନ କରନ୍ତୁ ନାହିଁ। ମୁଗ, ବିରି ଓ ପନିପରିବା ହୋଇଥିବା ଜମିରେ ପାଣି କାଟିବା ବ୍ୟବସ୍ଥା କରନ୍ତୁ। ବ୍ଳକର ବିଭିନ୍ନ ପଞ୍ଚାୟତକୁ ବୁଲି ମାଇକ ଯୋଗେ ପ୍ରଚାର କରାଯାଉଛି। ବୋରିଗୁମ୍ମା କୃଷି ବିଭାଗର ଅତିରିକ୍ତ କୃଷି ଅଧିକାରୀ କେ.ଜିତେନ୍ଦ୍ର ରାଓ, ପ୍ରିୟଙ୍କା ମହାଙ୍କୁଡ଼, ସୋନାଲି ମିଶ୍ର, ଶ୍ରୀକାନ୍ତ ଆଚାରୀ, ବିକାଶ ପ୍ରଧାନୀ ଓ ପି. ଅଭିଳାଷ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର